ଭୁବନେଶ୍ୱର: ନଭେମ୍ବର ୨୯ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଡିସେମ୍ବର ୧ ଅପରାହ୍ନ ଯାଏଁ ଓଡ଼ିଶାରେ ରହିବ କାର୍ଯ୍ୟକ୍ରମ । କେନ୍ଦ୍ର ଗୃହମନ୍ତ୍ରୀ , ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ କନ୍ଫରେନ୍ସରେ ଯୋଗ ଦେବେ । ଭୁବନେଶ୍ୱରରେ ପ୍ରଥମ ଥର ହେବାକୁ ଥିବା ଡିଜି ଓ ଆଇଜି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ସମ୍ମିଳନୀ ଶେଷ ହେବ ଯାଏଁ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ।