28.1 C
Bhubaneswar
Monday, March 30, 2026
Homeଦେଶ ବିଦେଶରବିବାର ଟିମ୍‌ରେ ଯୋଗଦେବେ ରୋହିତ ଶର୍ମା

ରବିବାର ଟିମ୍‌ରେ ଯୋଗଦେବେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ପର୍ଥରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ର ଠିକ୍ ପୂର୍ବରୁ ଭାରତୀୟ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେ ନଭେମ୍ବର ୨୪ ତାରିଖ (ରବିବାର)ରେ ଟିମ୍ ସହ ଯୋଗଦେବେ ଅର୍ଥାତ୍ ଏହି ମ୍ୟାଚ୍‌ର ତୃତୀୟ ଦିନ ପର୍ଥରେ ନଜର ଆସିବେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ବିସିସିଆଇ ସୂତ୍ରରୁ ଗୁରୁବାର ଏହି ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ହିଟ୍‌ମ୍ୟାନ୍ ନିଜର ଦ୍ୱିତୀୟ ସନ୍ତାନ ଜନ୍ମ କାରଣରୁ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯାତ୍ରା କରିନଥିଲେ। ତାଙ୍କ ଅନୁପସ୍ଥିତିରେ ପ୍ରଥମ ମ୍ୟାଚ୍‌ରେ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା ଟିମ୍‌ର ନେତୃତ୍ୱ କରିବେ। ରୋହିତ ଆଡିଲେଡ୍‌ରେ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଦିବା-ରାତ୍ର ମ୍ୟାଚ୍‌ରେ ଟିମ୍ ପକ୍ଷରୁ ଖେଳିବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking