ଭୁବନେଶ୍ୱର: ଓଇଆରସିର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଡ କଣ୍ଟ୍ରୋଲର ଅଫ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ।ଗତ କିଛଦିନ ପୂର୍ବେ ଆୟୋଗର ଯାନ୍ତ୍ରିକ ସଦସ୍ୟ ସୁଶାନ୍ତ ରାୟମହାପାତ୍ର ଅବସର ନେଇଥିଲେ । ଏହାର ଠିକ୍ ପରେ ପରେ ଓଇଆରସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ବିଦ୍ୟୁତ ନିୟାମକ କାର୍ଯ୍ୟରୁ ବିରତି ନେବା ପରେ ଆୟୋଗ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏହି ଉଚ୍ଚସ୍ତରୀୟ ଆୟୋଗରେ କେବଳ ଜଣେ ମାତ୍ର ନ୍ୟାୟିକ ସଦସ୍ୟ ବିଶ୍ୱଜିତ ମହାନ୍ତି ରହିଥିଲେ ।










