22.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶବିଗତ ଦଶ ବର୍ଷ ମଧ୍ୟରେ ଭାରତ ୪୦ ନିୟୁତ ପରିବାରଙ୍କୁ ଆବାସ ସୁବିଧା ଦେଇଛି- ମୋଦୀ

ବିଗତ ଦଶ ବର୍ଷ ମଧ୍ୟରେ ଭାରତ ୪୦ ନିୟୁତ ପରିବାରଙ୍କୁ ଆବାସ ସୁବିଧା ଦେଇଛି- ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ‘ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ’ ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ଏବଂ ଶକ୍ତି ଦକ୍ଷତା ହାରକୁ ଦୁଇ ଗୁଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଦୀର୍ଘସ୍ଥାୟୀ ବିକାଶକୁ ଅଗ୍ରାଧିକାର ଦେବାକୁ ବ୍ରାଜିଲର ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିଲେ । ଦୀର୍ଘସ୍ଥାୟୀ ବିକାଶକୁ ଆଗେଇ ନେବାକୁ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ସେ କହିଥିଲେ ବିଗତ ଦଶ ବର୍ଷ ମଧ୍ୟରେ ଭାରତ ୪୦ ନିୟୁତ ପରିବାରଙ୍କୁ ଆବାସ ସୁବିଧା ଦେଇଛି, ବିଗତ ପାଞ୍ଚ ବର୍ଷରେ ୧୨୦ ନିୟୁତ ପରିବାରଙ୍କୁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇଛି ଏବଂ ୧୦୦ ନିୟୁତ ପରିବାରଙ୍କୁ ସ୍ୱଚ୍ଛ ଇନ୍ଧନ ଏବଂ ୧୧୫ ନିୟୁତ ପରିବାରଙ୍କୁ ଶୌଚାଳୟ ସୁବିଧା ଦିଆଯାଇଛି ।ପ୍ୟାରିସ ପ୍ରତିବଦ୍ଧତାକୁ ପୂରଣ କରିବାରେ ଭାରତ ପ୍ରଥମ ଜି-୨୦ ଦେଶ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି, ଯେଉଁଥିରୁ କି ୨୦୦ ଗିଗାୱାଟ ହାସଲ କରାଯାଇସାରିଲାଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking