ଭୁବନେଶ୍ୱର: ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ମା ଆଜି ଛୁଆକୁ ବିକ୍ରି କରୁଛି ତ ଲୋକଙ୍କ ପାଖରେ ଚାଉଳ ପହଞ୍ଚୁନାହିଁ । କାମ ପାଉନାହାନ୍ତି ଲୋକମାନେ । ଗରିବ ଲୋକଙ୍କ ପାଇଁ ନବୀନ ସରକାର ବିଭିନ୍ନ ଯୋଜନା କରୁଥିଲେ । ନୂଆ ସରକାରକୁ ୬ ମାସ ବିତିଲାଣି । ହେଲେ ସାମାଜିକ ସୁରକ୍ଷା ଯୋଗାଇ ଦେଉନାହାନ୍ତି । ଏନେଇ ସରକାରଙ୍କୁ ବିଧାନସଭାରେ ଆମେ ଜବାବ ମାଗିବୁ । ଶିଶୁ ବିକ୍ରି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ ଘଟଣା ଘଟିବା ପରେ ତଦନ୍ତ ନିର୍ଦ୍ଦେଶ କଣ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ କଳିକେଶ ସିଂହ ଦେଓ ।