28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌

ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ। ଖୁବଶୀଘ୍ର ତାଙ୍କ ଭାରତ ଗସ୍ତ ସମ୍ପର୍କୀତ ତାରିଖ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥିରିକୃତ କରାଯିବ। ମଙ୍ଗଳବାର କ୍ରେମଲିନ୍ ପ୍ରେସ୍ ସଚିବ ଦିମିତ୍ରୀ ପେସ୍କୋଭ ଏହି ସୂଚନା ଦେଇଛନ୍ତି। ପେସ୍କୋଭ୍ କହିଛନ୍ତି, ପୁତିନ୍ ନିଜ ବନ୍ଧୁ ତଥା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେତେକ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହୀ। ଏହି କାରଣରୁ ପୁତିନ୍ ଏବେ ଭାରତ ଗସ୍ତରେ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ପେସ୍କୋଭ୍‌ଙ୍କ କହିବାନୁସାରେ ପୁତିନ୍‌-ମୋଦୀ ସାକ୍ଷାତକାର କେବଳ ଦ୍ୱିପାକ୍ଷିକ ଆଲୋଚନା ବିଶେଷ ହେବ। ରୁଷ୍ କୌଣସି ଆଞ୍ଚଳିକ କାର୍ଯ୍ୟରେ କିମ୍ବା ପ୍ରସଙ୍ଗରେ ହସ୍ତକ୍ଷେପ କରେ ନାହିଁ। ରୁଷ୍‌ର ନିଜସ୍ୱ ରଣନୀତି ରହିଛି। ଚଳିତ ବର୍ଷ ଜୁଲାଇ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ରୁଷ୍ ଗସ୍ତ ଅବସରରେ ପୁତିନ୍‌ଙ୍କୁ ଭେଟିଥିଲେ। ଏହି ସମୟରେ ମୋଦୀ, ପୁତିନ୍‌ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ମୋଦୀଙ୍କ ଆମନ୍ତ୍ରଣ କ୍ରମେ ପୁତିନ୍ ଏବେ ଭାରତ ଗସ୍ତରେ ଆସିବା ଏକରକମ ସ୍ଥିର ହୋଇସାରିଛି। କେବଳ ତାରିଖ ଏବଂ କାର୍ଯ୍ୟକ୍ରମ ସୂଚୀ ସମ୍ପର୍କରେ ବିଧିବଦ୍ଧ ସୂଚନା ଜାରି କରାଯିବା ବାକି ରହିଛି। ତେବେ ପୁତିନ୍‌ଙ୍କ ଭାରତ ଗସ୍ତ ଉପରେ ସମଗ୍ର ବିଶ୍ୱର ନଜର ରହିବା ସ୍ୱାଭାବିକ୍ ବୋଲି କୁହାଯାଉଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking