ବରଗଡ଼: ଆନୁଷ୍ଠାନିକ ଭାବେ ଖୋଲିଲା ବରଗଡ଼ ଧାନ ମଣ୍ଡି । ବିଧିବଦ୍ଧ ଭାବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଧାନମଣ୍ଡି ଶୁଭାରମ୍ଭ । ଶୁଭାରମ୍ଭ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥର ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । କେନ୍ଦ୍ର ୨୩ ଶହ ଓ ରାଜ୍ୟ ସରକାର ଅତିରିକ୍ତ ୮ ଶହ ଦେବେ । ଏ ନେଇ ବରଗଡ଼ ରେ ସମସ୍ତ ଚାଷୀ ଖୁସି ଥିବାର ଦେଖିବାକୁ ମିଳିଛି । ଏଥର ଧାନର ଅଧିକ ମୂଲ୍ୟ ଥିବା ଯୋଗୁଁ ସମସ୍ତ ଚାଷୀ ତାଙ୍କ କଷ୍ଟ ଓ ପରିଶ୍ରମ ଫଳ ପାଇଁ ଖୁସି ହେଇଥିବାର ସୂଚନା ଦେଇଛନ୍ତି । ଏହି ପରିପେକ୍ଷୀରେ ଧାନ ମଣ୍ଡିରେ ସମସ୍ତ ସୁକ୍ୟୁରିଟି ବ୍ୟବସ୍ତା କରାଯାଇଛି ।