16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶମେଟାକୁ ସିସିଆଇର ଅର୍ଥଦଣ୍ଡ; ୨୧୩ କୋଟିର ଜୋରିମାନା ଲଗାଇଲା ଭାରତ

ମେଟାକୁ ସିସିଆଇର ଅର୍ଥଦଣ୍ଡ; ୨୧୩ କୋଟିର ଜୋରିମାନା ଲଗାଇଲା ଭାରତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ‘ମେଟା’ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମ୍ପିଟିସନ୍ କମିଶନ୍ ଅଫ୍ ଇଣ୍ଡିଆ (ସିସିଆଇ)। ହ୍ୱାଟସ୍ ଆପ୍ ସହ ଜଡିତ ପ୍ରାଇଭେସି ପଲିସି (ଗୋପନୀୟତା ନିୟମ)ର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ ସିସିଆଇ, ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି। ସିସିଆଇ ଅନୁଯାୟୀ, ମେଟା (ହ୍ୱାଟସଆପ୍ ମାଧ୍ୟମରେ) ଧାରା ୪ (୨) (କ) (ସ) କୁ ଉଲ୍ଲଂଘନ କରିଛି। ଏହି ଧାରା ଅନ୍ତର୍ଗତ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସେମାନଙ୍କର ସ୍ୱାଧୀନତା ତଥା ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ମିଳିଥାଏ। ସାମ୍ପ୍ରିତକ ସମୟରେ ହ୍ୱାଟ୍ସଆପ୍‌, ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବେଶ୍ ଜନାଦୃତି ପାଇଥିବା ବେଳେ ଏହା ମାଧ୍ୟମରେ ଅପବ୍ୟବହାର ପରିମାଣ ମଧ୍ୟ ବଢ଼ିବଢ଼ି ଚାଲିଛି। ସୋସିଆଲ୍ ମିଡିଆ ଯୋଗେ ନୀରିହ ଜନସାଧାରଣଙ୍କୁ ଠକମାନେ ଅତି ସହଜରେ ଠକି ନେଉଛନ୍ତି। ଏଭଳି ସମସ୍ୟାକୁ ରୋକିବା ଦିଗରେ ଭାରତ ସରକାର ବହୁ ପୂର୍ବରୁ ଉପରୋକ୍ତ ସୋସିଆଲ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା’କୁ ତାଗିଦ୍ କରିଥିଲେ ଏବଂ ଫେକ୍ ବା ସ୍ପାମ୍ କଲ୍‌, ଚାଟ୍ ଆଦି ରୋକିବା ଦିଗରେ ଯତ୍ନବାନ୍ ହେବାକୁ କହିଥିଲେ। କିନ୍ତୁ ମେଟା’ କର୍ତ୍ତୃପକ୍ଷ ଏଦିଗରେ ଧ୍ୟାନ ଦେବା ତ ଦୂରର କଥା ଏଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ବାସ୍ତବରେ, ଏହା ସହ ଜଡିତ ପ୍ରାଇଭେସି ପଲିସିର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ ସିସିଆଇ ମେଟା ବିରୋଧରେ ଏପ୍ରକାର ଜରିମାନା ଦଣ୍ଡାଦେଶ ଲାଗୁ କରିଛି। ହ୍ୱାଟସ୍‌ଆପ୍ ୨୦୨୧ର ପ୍ରାଇଭେସି ପଲିସି ଅପଡେଟ୍ ସମ୍ପର୍କରେ ଅନୈତିକ ବ୍ୟବସାୟିକ ତରିକା ଆପଣାଇଥିବାରୁ ଏହି ଜରିମାନା ଲାଗୁ ହୋଇଛି। କେବଳ ସେତିକି ନୁହେଁ ୟୁଜର୍ସଙ୍କ ଡାଟା ଚୋରି ଅଭିଯୋଗ ଉପରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରତିଯୋଗିତା ବିରୋଧୀ ଆଚରଣରୁ ଦୂରେଇବା ଏବଂ ବନ୍ଦ କରିବାକୁ ସିସିଆଇ, ମେଟାକୁ ନିର୍ଦ୍ଦେଶ ଦେଇଛି। ସେହିପରି ହ୍ୱାଟସ୍ ଆପ୍‌କୁ ମଧ୍ୟ ଏହାର ପ୍ଲାଟଫର୍ମରେ ସଂଗୃହୀତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନ୍ୟ ମେଟା ଉତ୍ପାଦ କିମ୍ବା କମ୍ପାନୀଗୁଡିକ ସହିତ ବିଜ୍ଞାପନ ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପାଇଁ ଅଂଶୀଦାର ନକରିବାକୁ ନିର୍ଦ୍ଦେଶ ଦେଇଛି ସିସିଆଇ। ସିସିଆଇ ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତା ନୀତି ସହିତ ଟାମ୍ପରିଂ ପାଇଁ ମାର୍କ ଜୁକରବର୍ଗଙ୍କ କମ୍ପାନୀ ଉପରେ ଜରିମାନା ଓ ତଥ୍ୟ ବାଣ୍ଟିବା ଉପରେ ନିଷେଧାଦେଶ ଲାଗୁ କରାଯିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କମ୍ପାନୀ ଏହାକୁ ଉନ୍ନତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking