31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି!; ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ସୀତାରମଣ

ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି!; ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଆର୍ôଥକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ବର୍ତ୍ତମାନ ଅଢେଇ ମାସରୁ କମ ସମୟ ବାକି ଅଛି। ଫେବୃଆରୀ ୧, ୨୦୨୫ରେ ବଜେଟ ଆଗତ ହେବ। ତେବେ ଏହାପୂର୍ବରୁ ମଧ୍ୟବିତ୍ତ ବର୍ଗର ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେବା ଭଳି ଏକ ବଡ଼ ସୂଚନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସଙ୍କ ପୋଷ୍ଟ ଉପରେ ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ‘ଆମେ ଆପଣଙ୍କ ଚିନ୍ତା ବିଷୟରେ ଜାଣିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏକ ଉତ୍ତରଦାୟୀ ସରକାର ଯାହା ସମାଜର ସବୁବର୍ଗର ଲୋକଙ୍କ ସ୍ୱର ଶୁଣୁଛନ୍ତି ଏବଂ ଏହାର ସମାଧାନ ମଧ୍ୟ କରୁଛନ୍ତି।’ ବାସ୍ତବରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତୁଷାର ଶର୍ମା ନାମକ ଜଣେ ୟୁଜର୍ସ ନିଜ ପୋଷ୍ଟରେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ‘ଦେଶ ପାଇଁ ତୁମର ଉଦ୍ୟମ ଏବଂ ଅବଦାନକୁ ଆମେ ପ୍ରଶଂସା କରୁଛୁ। ମୁଁ ଆପଣଙ୍କୁ ବିନମ୍ର ଭାବରେ କହିବାକୁ ଚାହୁଁଛି କି ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେବା ପାଇଁ ବିଚାର କରନ୍ତୁ। ତୁଷାର ଏହା ମଧ୍ୟ ଲେଖିଥିଲେ ଯେ ଏସବୁ କରିବାରେ ଜଡିତ ଚ୍ୟାଲେଞ୍ଜଗୁଡ଼ିକୁ ମୁଁ ଭଲଭାବେ ବୁଝିପାରୁଛି, କିନ୍ତୁ ଏସବୁକୁ ସମାଧାନ ପୂର୍ବକ ଏକ ପ୍ରଶସ୍ତ ମାର୍ଗ ଉନ୍ମୁୂକ୍ତ କରିବା ପାଇଁ ଆପଣଙ୍କୁ ହୃଦୟରୁ ଅନୁରୋଧ କରୁଛି।’ ତୁଷାର ଶର୍ମାଙ୍କ ଏପ୍ରକାର ପୋଷ୍ଟ ଉପରେ ସୀତାରମଣଙ୍କ ଉତ୍ତର ଆଗାମୀ ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ କିଛି ବଡ଼ ଘୋଷଣା ହେବା ସମ୍ଭାବନାକୁ ବଢ଼ାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking