25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶମୁର୍ଶିଦାବାଦ୍‌ରେ ସାମ୍ପ୍ରଦାୟିକ ଦଙ୍ଗାଜନିତ ଉତ୍ତେଜନା; କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ, ୧୫ ଗିରଫ

ମୁର୍ଶିଦାବାଦ୍‌ରେ ସାମ୍ପ୍ରଦାୟିକ ଦଙ୍ଗାଜନିତ ଉତ୍ତେଜନା; କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ, ୧୫ ଗିରଫ

କୋଲକତା: ରବିବାର ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ ଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସଂଘଠିତ ହେବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯିବା ସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ସେହିପରି ଗତକାଲିର ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣାରେ ପୁଲିସ୍ ପ୍ରାୟ ୧୫ଜଣଙ୍କୁ ଗିରଫ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଦଙ୍ଗାର ସୂତ୍ରପାତ ହୋଇଥିଲା।
ପ୍ରକାଶ, ଏଠାରେ ଥିବା ଏକ କାର୍ତ୍ତିକ ପୂଜା ପାଣ୍ଡାଲ୍ ନିକଟରେ ଥିବା ଏକ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡରେ ଆପତ୍ତିଜନକ ବାର୍ତ୍ତା ପ୍ରଦର୍ଶନକୁ ନେଇ ଏହି ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ କଟାକ୍ଷ କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ଆପତ୍ତିଜନକ ବାର୍ତ୍ତାକୁ ଏଠାରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ପ୍ରତିପକ୍ଷ ଗୋଷ୍ଠୀ ଉତ୍ତେଜିତ ହୋଇ ଆକ୍ରମଣ କରିଥିଲେ। ମୁର୍ଶିଦାବାଦ୍ ଜିଲ୍ଲାର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଥିଲା। ଏଥିରେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ପିଙ୍ଗିବା ସହ ଲାଠି ମାଡ଼ କରିଥିଲେ। ସୂଚନାନୁସାରେ, ଅନେକ ଦୋକାନ ଏବଂ ଘର ଭଙ୍ଗାରୁଜା କରାଯାଇଥିଲା ଏବଂ ଦେଶି ବୋମା ମାଡ଼ ମଧ୍ୟ କରାଯାଇଥିଲା। ଏକ ପୁଲିସ ଗାଡି ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା, ଯାହା ପରେ ପୁଲିସ ଲାଠି ମାଡ଼ କରିଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ସୁଦ୍ଧା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସେପଟେ ବିଜେପି ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛି। ତ୍ରୁଣମୂଳ କଂଗ୍ରେସର ଜଣେ ନେତା କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଅଭିଯୁକ୍ତଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ରାପିଡ୍ ଆକ୍ସନ୍ ଫୋର୍ସ ଯବାନ୍‌ଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking