23.1 C
Bhubaneswar
Tuesday, February 3, 2026
Homeଓଡିଶାଗଞ୍ଜେଇ କାରବାରରେ ୨୩ ନିଶା ମାଫିଆଙ୍କ ସହ ୪୦ କୋଟି ଟଙ୍କାର ସମ୍ପତ୍ତି ଜବତ

ଗଞ୍ଜେଇ କାରବାରରେ ୨୩ ନିଶା ମାଫିଆଙ୍କ ସହ ୪୦ କୋଟି ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର : ଗଞ୍ଜେଇ ଚୋରା ଚାଲାଣର ବଡ଼ ହବ୍ ପାଲଟିଛି ଓଡ଼ିଶା। ଦିଲ୍ଲୀ, ମୁମ୍ବାଇ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଆଦି ଅଞ୍ଚଳକୁ ଓଡ଼ିଶାରୁ ପ୍ରଚୁର ଗଞ୍ଜେଇ ଚାଲାଣ ହେଉଛି। ଓଡ଼ିଶାର ବହୁ ମାଫିଆ ଏହି କାରବାରର ମଙ୍ଗ ଧରିଥିବା ପ୍ରମାଣ ମଧ୍ୟ ରହିଛି। ଅବକାରୀ ବିଭାଗ, ନାର୍କୋଟିକ୍ ବ୍ୟୁରୋ, ଥାନା ପୁଲିସ ସହିତ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ବହୁ ମାଫିଆ ଗିରଫ ହୋଇଛନ୍ତି। ୨୦୨୬ ମସିହା ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳପୋଛ କରିବା ସହ ଗଞ୍ଜେଇ ଚାଷକୁ ପୂରା ବନ୍ଦ କରିବାକୁ ଡିଜିପି ୱାଇବି ଖୁରାନିଆ ବିଭାଗୀୟ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ୫ବର୍ଷ ଭିତରେ ୨୦ମାମଲାରେ ମାତ୍ର ୨୩ଜଣ ନିଶା ମାଫିଆଙ୍କର ୪୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ ହୋଇଛି। ନିଶା କାରବାରରୁ ମାଫିଆମାନେ ଏତେ ପରିମାଣର ସମ୍ପତ୍ତି ଅର୍ଜନ କରିଥିବା ଠୋସ୍ ପ୍ରମାଣ ମିଳିବା ପରେ ଏହି କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking