25.1 C
Bhubaneswar
Monday, March 23, 2026
Homeଦେଶ ବିଦେଶନାବାଳକଙ୍କ ପାଦ ତଳେ ତୁଳସୀ ଘଟଣା: ମାମଲା ରୁଜୁ କଲା ଶିଶୁ ଆୟୋଗ

ନାବାଳକଙ୍କ ପାଦ ତଳେ ତୁଳସୀ ଘଟଣା: ମାମଲା ରୁଜୁ କଲା ଶିଶୁ ଆୟୋଗ

ଭରତପୁର: ନାବାଳକଙ୍କୁ ଦିଆଗଲା ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା । କଳକୀ ଅବତାର କହି ପୂଜା କରାଗଲା। ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି ହେଲା। ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସଙ୍ଗଠନ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ। ଏହାସହ ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଆୟୋଗ। ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଘଟଣାର ତଦନ୍ତ କରିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି । ଫଟୋରେ ପୂଜା କରାଯାଉଥିବା ପିଲାଟି ଭାଷ୍ୟକାର କାଶିନାଥ ମିଶ୍ରଙ୍କ ପୁଅ ବୋଲି ଜଣାଯାଇଛି। ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଅଞ୍ଚଳରେ ରହୁଥିବା କାଶିନାଥ ମିଶ୍ର ନିଜ ପୁଅକୁ ଭଗବାନ ଅନନ୍ତ ମାଧବ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହ ତାଙ୍କ ବେକରେ ଫୁଲ ମାଳ ଓ ପାଦରେତୁଳସୀ ଦିଆଯାଇ ପୂଜାର୍ଚ୍ଚନା କରୁଥିବାର ଏକାଧିକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହା କେବେକାର ଫଟୋ ଜଣାପଡ଼ି ନ ଥିବା ବେଳେ ଏହି ଘଟଣାକୁ ନେଇ ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା ଗତକାଲି ଭରତପୁର ଥାନାରେ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking