ଭୁବନେଶ୍ୱର: ଆଜିକାଲି ଦୁନିଆରେ ଲୋକମାନଙ୍କ କ୍ଷେତ୍ରରେ ଅଧିକ ଚିନ୍ତାଜନକ ସମସ୍ୟା ସୃଷ୍ଟି ହେଉଛି । ବର୍ତ୍ତମାନ ସମୟରେ ଯାହାକୁ ପଚାରିବେ ତା’ର କିଛି ନା କିଛି ଚିନ୍ତା ନିଶ୍ଚିତ ଥିବ । ଯେଉଁ କାରଣରୁ ଷ୍ଟ୍ରେସ ବଢ଼ିଯାଏ ଏବଂ ମୁଣ୍ଡବିନ୍ଧା ହୋଇଥାଏ । ଏହାସହ ଯଦି ଚିନ୍ତା ସମସ୍ୟା ଅଧିକ ହୋଇଥାଏ ତାହାଲେ ନିଦ ମଧ୍ୟ ଠିକ୍ ଭାବରେ ହୋଇନଥାଏ । ଯେଉଁ କାରଣରୁ ଅନେକ ପ୍ରକାରର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ନିଦ ଭଲ ଭାବରେ ନହେଲେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ, ଯେମିତିକି ମୁଣ୍ଡ ବିନ୍ଧିବା, ଦିନସାରା ଥକ୍କା ଅନୁଭବ କରିବା, ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହେବା ଏବଂ ଆମକୁ ରିଲାକ୍ସ ମଧ୍ୟ ଲାଗି ନଥାଏ । ଯଦି ସକାଳ ସମୟରେ ମାଇଣ୍ଡ ରିଲାକ୍ସ ନହୁଏ, ତେବେ ଦିନଟା ସାରା ଆମର ଖରାପରେ କଟିଥାଏ । ଏହାସହ ସବୁବେଳେ ଯଦି ଚିନ୍ତା ଲାଗି ରହିଥାଏ ତେବେ ଶରୀରରେ କିଛି ଉନ୍ନତି ହୋଇପାରେ ନାହିଁ । ଯାହା ଫଳରେ ଦୁର୍ବଳ ମଧ୍ୟ ଲାଗିଥାଏ । ଏହି ସବୁ ଚିନ୍ତା ଏବଂ ନିଦ ସମସ୍ୟାରୁ ମୁକ୍ତି ପାଇବା ପାଇଁ କ’ଣ କରିବା ଉଚିତ୍ ଆସନ୍ତୁ ଜାଣିବା ।
ପ୍ରଥମେ ରୁଟିନରେ ସାମିଲ୍ କରିବା ପାଇଁ ପଡିବ ‘ଧ୍ୟାନ’
ଆପଣଙ୍କ ଦୈନକ ରୁଟିନରେ ଧ୍ୟାନକୁ ସାମିଲ୍ କରିବା ନିହାତି ଆବଶ୍ୟକ । ଯଦି ଆପଣ ସବୁଦିନ ୨୦-୩୦ ମିନିଟ୍ ଧ୍ୟାନ କରନ୍ତି, ତେବେ ଆପଣଙ୍କ ଷ୍ଟ୍ରେସ ଦୂର ହେବ । ଏହା ବ୍ୟତୀତ ଧ୍ୟାନ ସାହାଯ୍ୟରେ ନିଦ ସମସ୍ୟା ଦୂର ହେବ ଏବଂ ଶରୀରକୁ ରିଲାକ୍ସ ମଧ୍ୟ କରାଇବ । ଏହାସହ ପୁରା ଦିନଟି ଆମର ଭଲରେ କଟିବ । ଯଦି ଗୋଟିଏ ମାସ ସଠିକ୍ ଉପାୟରେ ଧ୍ୟାନ କରନ୍ତି, ତେବେ ବହୁତ ଶୀଘ୍ର ରେଜଲ୍ଟ ମିଳିବା ସହ ଶରୀରରେ ଅନେକ ଉନ୍ନତି ମଧ୍ୟ ହେବ ।
ଚାଲିବା ନିହାତି ଆବଶ୍ୟକ
ଆଜିକା ଯୁଗରେ ସବୁ କାର୍ଯ୍ୟକୁ ସହଜ କରିବା ପାଇଁ ଅନେକ ମେସିନ୍ ବାହାରିଲାଣି । ଯେପରିକି ୱାଷିଂମେସିନ୍, ରୁଟି ମେକର, ଲିଫ୍ଟ ଇତ୍ୟାଦି । ଯାହା ଲୋକମାନଙ୍କୁ ଅଧିକ ରୋଗରେ ପକାଉଛି । କାହିଁକିନା ଏହି ସବୁ କାର୍ଯ୍ୟ ହାତ କିମ୍ବା ଗୋଡରେ ହୋଇଥାଏ କିନ୍ତୁ ଏହି ସବୁ ମେସିନ୍ ଦ୍ୱାରା ସବୁ କାର୍ଯ୍ୟ ବହୁତ ସହଜରେ ହୋଇଯାଉଛି । ଆଉ କଷ୍ଟକରିବାକୁ ପଡୁ ନାହିଁ ଯାହା ଫଳରେ ଲୋକମାନଙ୍କ କ୍ଷେତ୍ରରେ ଅଳସୁଆ ପଣ ବଢ଼ିଗଲାଣି ଏବଂ ଲୋକେ ରୋଗାଗ୍ରସ୍ତ ମଧ୍ୟ ହେଉଛନ୍ତି । ତେବେ ଆପଣ ଏହି ସବୁ କାର୍ଯ୍ୟକୁ ନିଜ ହାତ କିମ୍ବା ଗୋଡରେ କରନ୍ତୁ ଯାହା ରୋଗରୁ ମୁକ୍ତି ମିଳିବ । ପ୍ରତେକ ଦିନ ଚାଲିବା ନିହାତି ଆବଶ୍ୟକ । ଚାଲିବା ଦ୍ୱାରା ଅନେକ ପ୍ରାରରର ରୋଗ ଭଲ ହେବା ସହ ଆପଣଙ୍କ ଷ୍ଟ୍ରେସ ମଧ୍ୟ ଦୂର ହେବ, ଯାହା ପୁରା ଦିନଟା ଯାକ ଭଲରେ କଟିବ ।
ଶୋଇବା ପୂର୍ବରୁ କ’ଣ କରିବା ଉଚିତ୍
ଯଦି ଶାନ୍ତିରେ ଶୋଇବା ପାଇଁ ଚାହୁଛନ୍ତି ତାହାଲେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧୋଇ ଶୁଅନ୍ତୁ। ଯାହା ଆପଣଙ୍କୁ ବହୁତ ରିଲାକ୍ସ ଦେବା ସହ ନିଦ ମଧ୍ୟ ଭଲ କରିଥାଏ । ଏହାସହ ଯେଉଁ ରୁମ୍ରେ ଶୋଉଛନ୍ତି ସେହି ରୁମରେ ଲାଇଟ୍ ଅଫ କରି ଶୁଅନ୍ତୁ ଯାହା ସାହାଯ୍ୟରେ ମାଇଣ୍ଡ ଶାନ୍ତ ରହିବ ଏବଂ ବହୁତ ଶୀଘ୍ର ନିଦ ମଧ୍ୟ ଆସିଯିବ ।