29.1 C
Bhubaneswar
Friday, November 15, 2024
Homeଓଡିଶା‘ପେସା ପାଇଁ ନିଆଯିବ ଲୋକଙ୍କ ମତ’ : ମୁଖ୍ୟମନ୍ତ୍ରୀ

‘ପେସା ପାଇଁ ନିଆଯିବ ଲୋକଙ୍କ ମତ’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଜନ ଜାତୀୟ ଗୌରବ ଦିବସ ଲୋକାର୍ପଣ ଦିବସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଏହି କାର୍ଯ୍ୟକ୍ରମରେ  ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଧାମନ୍ତ୍ରୀ ଯୋଗ ଦେଇଛନ୍ତି । ଓଡିଶାର ୨୭ ଜିଲ୍ଲା ୨୩୪ ବ୍ଲକରେ ଥିବା ୨ହଜାର ୪ ଶହ ୮ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭ହଜାର ୬ଶହ ୬୭ଟି ଆଦିବାସୀ  ବହୁଳ ରାଜସ୍ୱ ଗାଁରେ ଏହି ଦିବସ ପାଳିତ ହୋଇଛି ।  ଜନତା ମଇଦାନ  କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ  ମୋହନ ମାଝୀ କହିଛନ୍ତି ପେଶା ଆଇନ ଲାଗୁ ହେବା ପୂର୍ୱରୁ ଲୋକଙ୍କ ମତ ନେବା ସହିତ ସଚେତନତା ସଭା କରିବେ ରାଜ୍ୟ ସରକାର ।   ୨୬ ତାରିଖ ଯାଏଁ ସବୁ ଗାଁରେ କାର୍ଯ୍ୟକ୍ରମ କରାଯିବ । ପେଶା ଆଇନ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତ୍ରୃତ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଜନଜାତି ସମ୍ପ୍ରଦାୟ ଓଡିଶାର ଶକ୍ତି ଓ ଆତ୍ମା । କିନ୍ତୁ ପୂର୍ୱରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାିଥିଲା । ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବା ଆମ ସରକାରର ପ୍ରାଥମିକତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking