ନୂଆଦିଲ୍ଲୀ : ପର୍ଯ୍ୟଟନ କୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ ୯୬ଟି ଦେଶ ପାଇଁ ଭିସା ମୁକ୍ତ ଯାତ୍ରା ଘୋଷଣା କରିଛି । ୧୭୦୦୦ ଦ୍ୱୀପ ପୁଞ୍ଜରେ ଗଠିତ ଦେଶ ବହୁତ ସୁନ୍ଦର ଯାହାର ବେଳାଭୁମି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡୋନେସିଆର ଏକ ନୂତନ ଭିସା ନୀତି କାର୍ଯ୍ୟକାରୀ କରିଛି । ଯେଉଁଥିରେ ୯୬ଟି ଦେଶରୁ ପର୍ଯ୍ୟଟକଙ୍କୁ ଇଣ୍ଡୋନେସିଆ ପରିଦର୍ଶନ କରିବା ପାଇଁ କୌଣସି ଭିସା ଦରକାର ହେବ ନାହିଁ । ଏହି ୯୬ ଟି ଦେଶରେ ଆମେରିକା , ସିଙ୍ଗାପୁର , ବ୍ରିଟେନ, ଜାପାନ, ମେକ୍ସିକୋ ଯାହାର ନାଗରିକମାନେ ଇଣ୍ଡୋନେସିଆ ପରିଦର୍ଶନ ପାଇଁ ଭିସା ଆବଶ୍ୟକ ପଡିବ ନାହିଁ । ମେ ୨୦୨୪ରେ ଇଣ୍ଡୋନେସିଆରେ ପର୍ଯ୍ୟଟନରେ ଏକ ବଡ ଧରଣର ବୃଦ୍ଧି ଘଟିଥିଲା । ଯେତେବେଳେ ଦେଶରେ ପର୍ଯ୍ୟଟକ ଙ୍କ ସଂଖ୍ୟା ୧୧ ଲକ୍ଷ ୫୦ ହଜାରକୁ ବୃଦ୍ଧି ପାଇଥିଲା । ଏପ୍ରିଲ ୨୦୨୪ରେ ତୁଳନାରେ ଏହି ସଂଖ୍ୟା ୭.୩୬ ପ୍ରତିଶତ ଅଧିକ ଥିଲା । ମେ ୨୦୨୩ରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୨୦. ୧୧ ପ୍ରତିଶତ ଡେଇଁପଡିଥିଲା । ବିଶ୍ୱ ପର୍ଯ୍ୟଟନ ସ୍ଥଳ ଭାବେ ଇଣ୍ଡୋନେସିଆର ଲୋକପ୍ରିୟତା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଇଣ୍ଡୋନେସିଆକୁ ପର୍ଯ୍ୟଟକ ଙ୍କ ଆଗମନ ହେତୁ ଜାକର୍ତ୍ତା ପରି ଇଣ୍ଡୋନେସିଆ ସହରଗୁଡିକ ମଧ୍ୟ ଅତୀତରେ ଲୋକପ୍ରିୟ ହୋଇପାରିଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ଉପରେ ଇଣ୍ଡୋନେସିଆର ସରକାର ଅନେକ କାର୍ଯ୍ୟ କରିଛନ୍ତି ।ଜାକର୍ତ୍ତା , ଲମ୍ବୋକ ପରି ଟ୍ରାଭେଲ ହଟସ୍ପଟ ଗୁଡିକରେ ହୋଟେଲ ଏବଂ ବୁଲିବା ପାଇଁ ସୁବିଧା କରାଯାଇଛି । ଇଣ୍ଡୋନେସିଆର ନୂଆ ଭିସାନୀତି କେବଳ ପର୍ଯ୍ୟଟନକୁ ବୃଦ୍ଧି କରିବ ନାହିଁ । ବରଂ ଦେଶର ବ୍ୟବସାୟିକ ସୁଯୋଗକୁ ବଢାଇବ । ଯାହା ଇଣ୍ଡୋନେସିଆର ଅର୍ଥନୈତିକ କ୍ଷେତ୍ରରେ ସହାୟକ ହେବ । ବିଶ୍ୱର ସଂଯୋଗକୁ ବୃଦ୍ଧି କରିବ ।