25.1 C
Bhubaneswar
Thursday, February 12, 2026
Homeଓଡିଶାଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଓଡ଼ଗାଁ: ଅଶ୍ଳୀଳ ଫଟୋ ଭାଇରାଲ ସହିତ ଦୁଷ୍କର୍ମ କରିବା ଅଭିଯୋଗରେ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୁପ୍ତମଠସାହିର ବିକାଶ ଜେନା(୨୨)କୁ ଓଡ଼ଗାଁ ପୁଲିସ ଗିରଫକରି ସୋମବାର କୋର୍ଟଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ବିକାଶ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖୁବା ସହିତ ସମ୍ବେଦନଶୀଳ ଅଶ୍ଳୀଳ ଫଟୋ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲା। ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ଓଡ଼ଗାଁ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ବିକାଶକୁ ଗିରଫ କରିଥିଲା। ସୋମବାର ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବାପରେ ବିକାଶକୁ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ ନୟାଗଡ଼ ସଖୀ ଗୃହରେ ଥିବା ନାବାଳିକାର ବୟାନ ରେକର୍ଡପାଇଁ ଓଡ଼ଗାଁ ଆଇଆଇସି ନୟାଗଡ଼ ଜୁଭେନାଇଲ କୋର୍ଟରେ ନେଇ ହାଜର କରାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking