21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଜୁଣ୍ଟା ଆର୍ମି ବିପକ୍ଷରେ ବିଦ୍ରୋହୀ ଗୋଷ୍ଠୀଙ୍କ ଯୁଦ୍ଧ ଡାକରା; ଖସାଇଲେ ଏମ୍‌ଆଇ-୧୭ ହେଲିକପ୍ଟର

ଜୁଣ୍ଟା ଆର୍ମି ବିପକ୍ଷରେ ବିଦ୍ରୋହୀ ଗୋଷ୍ଠୀଙ୍କ ଯୁଦ୍ଧ ଡାକରା; ଖସାଇଲେ ଏମ୍‌ଆଇ-୧୭ ହେଲିକପ୍ଟର

ନାପିଦ: ମିଆଁମାରର ବିଦ୍ରୋହୀ ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ) ଜୁଣ୍ଟା ସେନା ବିରୋଧରେ ଏକ ବଡ଼ ଆକ୍ରମଣ କରିଛି। ଜୁଣ୍ଟା ସେନାବାହିନୀର ଏକ ଯୁଦ୍ଧବିମାନ ଏମ୍‌ଆଇ-୧୭ ହେଲିକପ୍ଟରକୁ ଗୁଳି କରି ଖସାଇଥିବା ନେଇ ଦାବି କରିଛି ଏହି ବିଦ୍ରୋହୀ ଗୋଷ୍ଠୀ। ଏସମ୍ପର୍କରେ ଜୁଣ୍ଟା ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟକୁ ସାମରିକ ଅସ୍ତ୍ରଶସ୍ତ୍ର ପରିବହନ କରୁଥିବା ରାଖାଇନ୍ ରାଜ୍ୟରେ ଏହି ହେଲିକପ୍ଟରକୁ ଗୁଳି କରି ଖସାଇ ଦିଆଯାଇଛି ବୋଲି ଜୁଣ୍ଟା ଦର୍ଶାଇଛି। ଯେତେବେଳେ ଜୁଣ୍ଟା ହେଲିକପ୍ଟର ଏକ ଟାଉନସିପରେ ୱେଷ୍ଟର୍ଣ୍ଣ କମାଣ୍ଡ ପାଇଁ ସାମଗ୍ରୀ ପକାଇବା ଆରମ୍ଭ କରୁଥିଲା ସେତେବେଳେ, ବିଦ୍ରୋହୀ ଗୋଷ୍ଠୀ ଗୁଳିମାଡ଼ କରିଥିବା ପକ୍ଷରୁ ଗୁଳି କରାଯାଇଥିଲା। ସେହିପରି କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଜୁଣ୍ଟା ସେନା ପଶ୍ଚିମ କମାଣ୍ଡର ଚାରିପାଖରେ ତିନିଟି ଯୁଦ୍ଧ ବିମାନ ସହିତ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହାପରେ ବିଦ୍ରୋହୀ ଗୋଷ୍ଠୀ ଏଏ ପକ୍ଷରୁ ଜୁଣ୍ଟାସେନାର ଏକ ହେଲିକପ୍ଟରକୁ ଟାର୍ଗେଟ୍ କରାଯାଇ ଗୁଳିମାଡ଼ କରାଯାଇଥିଲା। ଏଥିରେ ହେଲିକପ୍ଟରଟି ଜଳିଯାଇ ମାଗେ ଅଞ୍ଚଳର ନାଗାପେ ଟାଉନସିପ୍‌ର କୁକସନ ଗ୍ରାମ ନିକଟରେ ତଳକୁ ଖସିପଡିଥିଲା। ସୂଚନାଯୋଗ୍ୟ, ଜୁଣ୍ଟା ସେନାବାହିନୀ ୨୦୨୧ରେ ଅଙ୍ଗ୍ ସାନ ସୁ କିଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ସହ ଶାସନ ଭାର ନିଜ ହାତକୁ ନେଇଥିଲା। ଏହାପରେ ମିଆଁମାରରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀଙ୍କ ଉପରେ ସେନା କଡ଼ା କଟକଣା ଜାରି କରିଥିଲା। ଜୁଣ୍ଟା କ୍ଷମତାକୁ ଆସିବା ପରେ ଦେଶରେ ହିଂସା ବଢ଼ିବାରେ ଲାଗିଛି। ଅନେକ ବିଦ୍ରୋହୀ ଗୋଷ୍ଠୀ ଜୁଣ୍ଟା ବିରୋଧରେ ଯୁଦ୍ଧ ଜାରି ରଖିଛନ୍ତି। ଏହି ସଶସ୍ତ୍ର ପ୍ରତିରୋଧକୁ ଦମନ କରିବାକୁ ଜୁଣ୍ଟା ସେନା ଚେଷ୍ଟା କରୁଛି। ଏସବୁ ପରିସ୍ଥିତି ମଧ୍ୟରେ ଜୁଣ୍ଟା ସେନାନୀ ଉପରେ ବିଦ୍ରୋହୀ ଗୋଷ୍ଠୀଙ୍କ ଏପ୍ରକାର ଆକ୍ରମଣ ସାମ୍ନାକୁ ଆସିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking