17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭୋଟ୍‌ ଦେଉଛି ଝାଡ଼ଖଣ୍ଡ, ମଇଦାନରେ ୬୮୩ ପ୍ରାର୍ଥୀ

ଭୋଟ୍‌ ଦେଉଛି ଝାଡ଼ଖଣ୍ଡ, ମଇଦାନରେ ୬୮୩ ପ୍ରାର୍ଥୀ

ରାଞ୍ଚି : ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍‌ରେ ନିର୍ବାଚନ ହେଉଛି। ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ। ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନ ପ୍ରତିଷ୍ଠା ହୋଇଛି। ଝାଡ଼ଖଣ୍ଡ ପୁଲିସ୍ ସହ ବିଏସଏଫ ଓ ସିଆରପିଏଫଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ସବୁଠି ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି। ପ୍ରଥମ ପର୍ଯ୍ୟାୟର ଟପ୍ କ୍ୟାଣ୍ଡିଡେଟମାନେ ହେଲେ ଷଡ଼େଇକଳାରୁ ବିଜେପିର ଚମ୍ପାଇ ସୋରେନ, ରାଞ୍ଚିରୁ ଶାସକ ଜେଏମଏମର ମହୁଆ ମାଜି, ଜାମସେଦପୁରରୁ କଂଗ୍ରେସର ବାନା ଗୁପ୍ତା, ଜଗନ୍ନାଥପୁରରୁ ବିଜେପିର ଗୀତା କୋଡ଼ା, ଜାମସେଦପୁର ଇଷ୍ଟରୁ କଂଗ୍ରେସର ଅଜୟ କୁମାର, ଚକ୍ରଧରପୁରରୁ ଜେଏମଏମରୁ ସୁଖରାମ ଓରାନ୍। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି। ୨୦ଲକ୍ଷରୁ ଅଧିକ ଓଡ଼ିଆ ଭୋଟର ବି ଏଥର ନିର୍ଣ୍ଣାୟକ ସାଜିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking