14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଲଜ୍ଜାଜନକ ରେକର୍ଡ କଲେ ସଞ୍ଜୁ ସାମସନ୍

ଲଜ୍ଜାଜନକ ରେକର୍ଡ କଲେ ସଞ୍ଜୁ ସାମସନ୍

ଡର୍ବାନ: ସଞ୍ଜୁ ସାମସନ ଚଳିତ ବର୍ଷ ଟି-୨୦ କ୍ରିକେଟରେ ଚତୁର୍ଥ ଥର ପାଇଁ ଶୂନରେ ଆଉଟ୍ ହୋଇଛନ୍ତି। ଏହସହ ସେ ବର୍ଷେ ମଧ୍ୟରେ ୪ ଥର ଟି-୨୦ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ୟୁସୁଫ ପଠାନ, ରୋହିତ ଶର୍ମା ଏବଂ ବିରାଟ କୋହଲି ଗୋଟିଏ ବର୍ଷରେ ୩-୩ ଥର ଶୂନରେ ଆଉଟ୍ ହେବାର ରେକର୍ଡ ରଖିଥିଲେ। ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଏବଂ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ଯୋଗୁ ଭାରତ ଦକ୍ଷିଣ ଆଫ୍ରିକାକୁ ୬୧ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଶତକ ସହ ଲଗାତାର ୨ ଟି-୨୦ ଇନିଂସରେ ଶତକ ହାସଲ କରି ସଞ୍ଜୁ ସାମସନ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ। ସଞ୍ଜୁ ବିଶ୍ୱର ଚତୁର୍ଥ ବ୍ୟାଟ୍ସମ୍ୟାନ ତଥା କ୍ରମାଗତ ଦୁଇଟି ଟି-୨୦ ଇନିଂସରେ ଶତକ ହାସଲ କରିଥିବା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏବେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କଠାରୁ ପୁଣି ଥରେ ଏକ ବଡ଼ ଇନିଂସ ଆଶା କରାଯାଉଥିଲା। କିନ୍ତୁ ସେ ନିଜ ଆକାଉଣ୍ଟ ଖୋଲି ପାରି ନ ଥିଲେ ଏବଂ ମାତ୍ର ୩ ବଲ ଖେଳି କୌଣସି ରନ୍ ନ କରି ପାଭିଲିୟନକୁ ଫେରିଥିଲେ। ଏହା ସହିତ ସଞ୍ଜୁଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡା ଯାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ ଦ୍ୱିତୀୟ ମ୍ୟାଚ୍‌ରେ ଶୂନରେ ଆଉଟ୍ ହୋଇଥିଲେ। ଏହାସହ ସେ ଏକ ନିଆରା କ୍ଲବରେ ଯୋଗ ଦେଇଥିଲେ। ସଞ୍ଜୁ ଟି-୨୦ କ୍ରିକେଟରେ ଏକ ଶତକ ହାସଲ ପରେ ଶୂନରେ ଆଉଟ୍ ହେବାରେ ୧୩ତମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସେ କେବଳ ଦ୍ୱିତୀୟ ଭାରତୀୟ। ଏହାପୂର୍ବରୁ କେବଳ ୟଶସ୍ୱୀ ଜୟସ୍ୱାଲ ଭାରତ ପକ୍ଷରୁ ଏହି କାର୍ଯ୍ୟ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking