33.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍‌ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା

ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍‌ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଯାଇଛି। ଆଇପିଏଲ୨୦୨୪ର ଶେଷ ଲିଗ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ଭୁଲ କରିଥିଲେ। ବାସ୍ତବରେ ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ନିଜର ୨୦ ଓଭର୍‌କୁ ଠିକ୍ ସମୟରେ ପୂରଣ କରିପାରି ନ ଥିଲେ। ଏହା ପରେ ଆଇପିଏଲ୍ ପରିଚାଳନା ପରିଷଦ ୩୦ ଲକ୍ଷ ଟଙ୍କା ଜରିମାନା ଏବଂ ନିୟମ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚର ପ୍ରତିବନ୍ଧକ ଲଗାଇଥିଲା। ଏହି କାରଣରୁ ହାର୍ଦ୍ଦିକ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ। ସୂଚନାଯୋଗ୍ୟ, ଆଇପିଏଲ ୨୦୨୫ର ୧୮ତମ ସିଜନ ପାଇଁ ବିଗୁଲ ବାଜିସାରିଛି। ଚଳିତ ମାସରେ ଆଗାମୀ ସିଜନ ପାଇଁ ଏକ ମେଗା ନିଲାମ ହେବ। ସମସ୍ତ ୧୦ଟି ଦଳ ନିଜର ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରି ସାରିଛନ୍ତି। ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ପ୍ରମୁଖ ଖେଳାଳିଙ୍କୁ ରିଟେନ କରିଛି। ତଥାପି ହାର୍ଦ୍ଦିକ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking