26.1 C
Bhubaneswar
Wednesday, December 17, 2025
Homeଓଡିଶାକଟକ ଗଣଦୁଷ୍କର୍ମ ଘଟଣାରେ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

କଟକ ଗଣଦୁଷ୍କର୍ମ ଘଟଣାରେ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଭୁବନେଶ୍ୱର : କଟକ ଗଣଦୁଷ୍କର୍ମ ମାମଲାରେ ଆଜି ବିଜୁଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ କଟକ ଡିସିପିଙ୍କୁ ଭେଟି ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ଜଣାଇବା ସହିତ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଛି ବୋଲି ମନ୍ତବ୍ୟ ରଖିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ, ଗତ ପାଞ୍ଚ ମାସରେସାତଟି ଗଣଦୁଷ୍କର୍ମ ଘଟଣା ଲୋକ ଲୋଚନକୁ ଆସିଛି, ଯାହାରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସୂଚାଉଛି।କଟକ ର ବାଦାମବାଡ଼ି ପୋଲିସ ଥାନାରେ ନଭେମ୍ୱର ୪ ତାରିଖ ରେ ରୁଜୁ ହୋଇଥିବା ଘଟଣାରେ, ଦଳିତ ପରିବାରର ଏକ ଝିଅକୁକିଛି ଯୁବକ ପ୍ରାୟ ଏକ ମାସ ଧରି ବ୍ଲାକମେଲ କରିବା ସହିତ ଗଣଦୁଷ୍କର୍ମକରି ଆସୁଥିଲେବୋଲି ଅଭିଯୋଗହୋଇଥିଲା।

ଦୁଷ୍କର୍ମକରିଥିବା ଯୁବକମାନେ ପୀଡ଼ିତାଙ୍କକିଛି ଫଟୋ ରଖି ତାକୁ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।ଏହି ଘଟଣାରେ ପୋଲିସ ଛଅ ଜଣଙ୍କୁଗିରଫ କରିକୋର୍ଟଚାଲାଣକରିଛି।ଏହି ଘଟଣାର ଗୁରୁତ୍ୱ ଉପଲବ୍ôଧ କରିବିଜୁଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂଟିମ କଟକ ଡିସିପିଙ୍କୁଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦଳ ତରଫରୁ ଦିଆଯାଇ ଥିବାସ୍ମାରକ ପତ୍ରରେକୁହାଯାଇଛି, ପୀଡିତାଙ୍କ ଅଭିଯୋଗ ବାଦାମ ବାଡ଼ିପୋଲିସ ଥାନାରେ ଗ୍ରହଣ କରାଯିବା ପୂର୍ବରୁସେବାରଙ୍ଗ ଥାନା, ପୁରୀଘାଟ ଥାନା ଓ ସଦର ଥାନାକୁ ଯାଇଥିଲେ, କିନ୍ତୁସେଠାରେତାଙ୍କ ଅଭିଯୋଗଗ୍ରହଣକରାଯାଇ ନଥିଲା।ଗୋଟିଏ ପଟେପୋଲିସତାଙ୍କ ଅଭିଯୋଗରଖୁ ନଥିଲାବେଳେ, ଅପର ପକ୍ଷରେ ଦୁଷ୍କର୍ମକାରୀମାନେ ତାଙ୍କୁ ବ୍ଲାକମେଲ କରି ବାରମ୍ୱାର ଗଣବଳତ୍କାର କରୁଥିଲେ।ମାମଲା ରୁଜୁ ହେବା ନେଇ ପୋଲିସର ଟାଳଟୁଳ ନୀତିସରକାରୀ ଦଳର ଇଙ୍ଗିତରେ ହୋଇଥିଲା ବୋଲି ସନ୍ଦେହ ପ୍ରକାଶ ପାଇଛି। ଦୁଷ୍କର୍ମଘଟିଥିବାକାଫେଟି ଗତ ନିର୍ବାଚନ ସମୟରେ ବିଜେପି କାର୍ଯ୍ୟାଳୟ ହୋଇଥିଲା ବୋଲି ଜଣାପଡିଛି, ଯାହାସନ୍ଦେହରମୁଖ୍ୟକାରଣ ।

ସ୍ମାରକ ପତ୍ରରେ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁଏହିସବୁ ଦିଗରୁ ଅନୁସନ୍ଧାନ ହେଉବୋଲି ଦାବି କରିବା ସହିତ ଯେଉଁ ପୋଲିସ ଅଧିକାରୀମାନେ ଅଭିଯୋଗରଖି ନଥିଲେ, ତାଙ୍କବିରୋଧରେକାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁଡିସିପିଙ୍କ ନିକଟରେ ଦାବିକରାଯାଇଛି। ଡିସିପି ଙ୍କୁ ଭେଟି ଫେରିବା ପରେ ବିଜୁଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇକହିଥିଲେ, ଗତ ପାଞ୍ଚ ମାସରେସାତଟି ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି।ଏହି ଘଟଣା ଘଟିଥିବା କାଫେଟି ଗତ ନିର୍ବାଚନ ସମୟରେବିଜେପିର ଅଫିସ ହୋଇଥିବା ବେଳେଏହି ଘରର ମାଲିକ ଜଣେ ବିଜେପିକର୍ମୀ। ସେହିପରି, କାଫେଟିର ପାଖ ଘର ହେଉଛିବିଜେପିକର୍ପୋରେଟରଙ୍କର।ପୋଲିସ ଅଭିଯୋଗ ଗ୍ରହଣ କରିବା ରେ ବିଳମ୍ୱର କାରଣଏହି ରାଜନୈତିକବ୍ୟକ୍ତି ହୋଇଥାଇ ପାରନ୍ତି।ଏମାନଙ୍କୁ ତଦନ୍ତ ପରିସର ଭୁକ୍ତକରାଯାଇ ନାହିଁ।ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟସହିତ ଉପଯୁକ୍ତସୁରକ୍ଷା ପାଇଁ ଆମେ ଦାବିକରିଛୁ। ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ସ୍ନେହାଙ୍ଗିନୀ ଛୁରିଆ ଙ୍କ ବ୍ୟତୀତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ,  ଲୋପାମୁଦ୍ରା ବକ୍ସିପାତ୍ର, ଗୀତାବସ୍ତିଆ, ଭାରତୀସିଂ,  ମାନସୀସୁନ୍ଦରାୟ, ଇପ୍ସିତାସାହୁ,  ସୁମିତ୍ରାଜେନା, ଶ୍ରୀମତୀତନ୍ମୟାରାୟ ଓ କଟକ ମହାନଗରମହିଳାସଭାପତିଶ୍ରୀମତୀ ପୂର୍ଣ୍ଣିମାସିଂଙ୍କ ସହିତ ବହୁମହିଳା ନେତ୍ରୀ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking