18.1 C
Bhubaneswar
Thursday, November 28, 2024
Homeଓଡିଶାଇସ୍କନ ରଥଯାତ୍ରା: ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଇସ୍କନ ରଥଯାତ୍ରା: ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଇସ୍କନ ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ । ରଥଯାତ୍ରା ନ କରିବାକୁ ଚେତାବନୀ ଦିଆଯାଇଥିଲା। ମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ଯାହା କହିବେ ଆମେ ରାଜି । ହେଲେ ଏପଟେ ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ । ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ । ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଟାଣିଛି ଇସ୍କନ । ଯାହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ଅଦିନ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା । ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନ ସ୍ନାନ ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ନିର୍ଦ୍ଧାରିତ ଦିନ ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ଫେଷ୍ଟିଭାଲ ଅଫ ବ୍ଲିସ ପାଳନ କରିଛି ଇସ୍କନ। ଅଦିନରେ ନନ୍ଦିଘୋଷ ରଥ ଗଡ଼ିବା ଓ ଇସ୍କନର ଏଭଳି ମନୋଭାବକୁ ନେଇ ଉଠିଛି ପ୍ରଶ୍ନ ଉଠିଥିବା ବେଳେ । ତେବେ ଇସ୍କନ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ । ଏହି ପରିପେକ୍ଷୀରେ ଆଇନ ମନ୍ତ୍ରୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking