30.1 C
Bhubaneswar
Thursday, February 12, 2026
Homeଓଡିଶାକୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ

କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ତଥା ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ରଘୁରାମ ଆର୍ ଆୟାରଙ୍କ ସମେତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ବିଭାଗୀୟ କମିଶନର ତଥା ଶାସନସଚିବ ଜିଲ୍ଲାମାନଙ୍କୁ ପିଏମ୍-ପୋଷଣ ଅନ୍ତର୍ଗତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଥିବା ନେଇ ସୂଚନା ଦେଇଛନ୍ତି। ପୋଷଣୀୟ ଚାଉଳ ଓ ଉନ୍ନତମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ସହ ନିରନ୍ତର ଭାବରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ତଥା ଶାସନ ସଚିବ। ଏଥିସହିତ କୌଣସି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ପଣ୍ଡିତ। ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର । ମଧ୍ୟାହ୍ନ ଭୋଜନ ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ଵ।ଏହା କିଭଳି ନିରାପଦ, ସ୍ଵଚ୍ଛ, ସୁରକ୍ଷିତ ହେବା ସହ ବିନା କୌଣସି ସମସ୍ୟାରେ ପ୍ରତିଦିନ ଛାତ୍ରଛାତ୍ରୀମାନଙ୍କୁ ମିଳିବ ସେ ନେଇ ସମସ୍ତଙ୍କୁ ସମ୍ବେଦନଶୀଳ ହେବାକୁ ପଡ଼ିବ ବୋଲି ସେ ମତପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ଶ୍ରୀ ରଘୁରାମ ଆର୍ ଆୟାର ମଧ୍ୟ ଶିକ୍ଷା ଅଧିକାରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ ପରିଚାଳନା କିପରି ସରଳ ଓ ନିରାପଦ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ପିଏମ୍-ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking