ନୂଆଦିଲ୍ଲୀ : ଦିଲ୍ଲୀର ବଦରପୁର ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ୩୧ ବର୍ଷୀୟ ଯୁବକ ତାଙ୍କ ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୋଲିସର ସୁତ୍ରରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣେ ନିଶା ସେବକ । ସେ କାନାଡା ଯାଇ ରହିବାକୁ ଚାହୁଁଥିବା ବେଳେ ତାଙ୍କ ମା ଗୀତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହାଛଡା ଅଭିଯୁକ୍ତ ସନ୍ଦେହ କଲା ଯେ ତାଙ୍କ ମା ତାଙ୍କ ଉପରେ କଳାଯାଦୁ କରୁଛନ୍ତି । ଯେଉଁଥିପାଇଁ ସେ ବିଦେଶ ଯାଇପାରୁନଥିଲେ । ଏହି ଭ୍ରମରେ ସେ ନିଜ ମାଙ୍କୁ ହତ୍ୟା କରିଥିଲେ । ଆପୋଲୋ ହସ୍ପିଟାଲରୁ ପୋଲିସ ସୂଚନା ପାଇଥିଲା ଯେ , ମହିଳାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କ ଶରୀରରେ ଅନେକ ଛୁରୀ ଦାଗ ରହିଥିଲା । ନଭେମ୍ବର ୮ତାରିଖ ସନ୍ଧ୍ୟାରେ ମାକୁ ହତ୍ୟା ପରେ ଅଭିଯୁକ୍ତ କୃଷ୍ଣକାନ୍ତ ତାଙ୍କ ପିତାଙ୍କୁ ଡାକିଥିଲେ । ତାଙ୍କ ବାପା ପହଞ୍ଚିବା ପରେ ପୁଅ ସରି କହି ତାଙ୍କୁ ଘରର ପ୍ରଥମ ମହଲାକୁ ନେଇ ବାହାରୁ ତାଲା ପକାଇ ପଳାଇ ଯାଇଥିଲେ । ଯେତେବେଳେ ପ୍ରଥମ ମହଲାକୁ ଗଲେ ସେତେବେଳେ ତାଙ୍କ ପତ୍ନୀଙ୍କୁ ରକ୍ତ ଭିଜା ଅବସ୍ଥାରେ ଦେଖିଲେ । ତାଙ୍କୁ ତୁରନ୍ତ ପଡୋଶୀଙ୍କ ସହାୟତାରେ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁରଜିତଙ୍କ ଅଭିଯୋଗରେ ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ କୃଷ୍ଣକାନ୍ତକୁ ଧରି ପଚରା ଉଚରା କରୁଛି ।