33.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟି-୨୦ ଏବଂ ତିନି ଦିନିକିଆ ମ୍ୟଚ୍‌ର ସିରିଜ୍ ପାଇଁ ଶ୍ରୀଲଙ୍କା ଟିମ୍...

ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟି-୨୦ ଏବଂ ତିନି ଦିନିକିଆ ମ୍ୟଚ୍‌ର ସିରିଜ୍ ପାଇଁ ଶ୍ରୀଲଙ୍କା ଟିମ୍ ଘୋଷିତ

କଲମ୍ବୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟି-୨୦ ଏବଂ ତିନି ଦିନିକିଆ ମ୍ୟଚ୍‌ର ସିରିଜ୍ ପାଇଁ ଶ୍ରୀଲଙ୍କା ଟିମ୍ ଘୋଷିତ ହୋଇଛି। ଘରୋଇ ଦିନିକିଆ ସିରିଜ୍ ପାଇଁ ୱିକେଟ୍‌କିପର୍ ବ୍ୟାଟର୍ କୁସଳ ପରେରାଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଏହା ସହିତ ଫାଷ୍ଟ୍ ବୋଲର୍ ମହମ୍ମଦ ଶିରାଜ୍‌ଙ୍କର ମଧ୍ୟ ପ୍ରତ୍ୟାବର୍ତ୍ତନ ଘଟିଛି। ଚାମିଣ୍ଡୁ ବିକ୍ରମାସିଂଘେଙ୍କୁ ଉଭୟ ଟିମ୍‌ରେ ସାମିଲ କରାଯାଇଛି। ଚରିଥ୍ ଅସଲଙ୍କାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଉଭୟ ସିରିଜ୍‌ରେ ଶ୍ରୀଲଙ୍କା ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ଅସଲଙ୍କା ଭାରତ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଟିମ୍‌କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପରେରା ପ୍ରାୟ ଏକବର୍ଷ ଧରି କୌଣସି ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଅପରାଜିତ ୫୫ ରନ୍‌ର ଇନିଂସ୍ ବଳରେ ସେ ଏହି ଟିମ୍‌ରେ ସ୍ଥାନ ହାସଲ କରିପାରିଛନ୍ତି। ସେହିପରି ୨୯ ବର୍ଷରୀ ଶିରାଜ ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଲିଷ୍ଟ-ଏ’ କ୍ରିକେଟ୍‌ରେ ୧୮.୭୫ ହାରରେ ୮୪ ୱିକେଟ୍ ହାସଲ କରିଛନ୍ତି।
ନ୍ୟୁଜିଲାଣ୍ଡର ଶ୍ରୀଲଙ୍କା ଗସ୍ତ ନଭେମ୍ବର ୯ରୁ ଆରମ୍ଭ ହେବ। ଟି-୨୦ ମ୍ୟାଚ୍ ନଭେମ୍ବର ୯ ଏବଂ ୧୦ ତାରିଖରେ ଖେଳାଯିବ। ସେହିପରି ଦିନିକିଆ ମ୍ୟାଚ୍ ନଭେମ୍ବର ୧୩, ୧୭ ଓ ୧୯ ତାରିଖରେ ହେବ। ଦୁଇ ଟି-୨୦ ସହିତ ପ୍ରଥମ ଦିନିକିଆ ମ୍ୟାଚ୍ ଦାମ୍ବୁଲାରେ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ଦିନିକିଆ ପଲ୍ଲେକେଲେରେ ଅନୁଷ୍ଠିତ ହେବ।
ଶ୍ରୀଲଙ୍କା ଟି-୨୦ ସ୍କ୍ୱାଡ୍‌: ଚରିଥ୍ ଅସଲଙ୍କା (କ୍ୟାପ୍‌ଟେନ୍‌), ପଥୁମ ନିସାଙ୍କା, କୁସଳ ମେଣ୍ଡିସ୍‌, କୁସଳ ପରେରା, କାମିନ୍ଦୁ ମେଣ୍ଡିସ୍‌, ଦିନେଶ ଚାଣ୍ଡିମଲ, ଆବିଷ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପକ୍ଷେ, ୱାନିନ୍ଦୁ ହସରଙ୍ଗା, ମହୀଶ ତୀକ୍ଷଣା, ଦୁନିଥ୍ ୱେଲ୍ଲାଲାଗେ, ଜେଫରି ୱାଣ୍ଡରସେ, ଚାମିଣ୍ଡୁ ବିକ୍ରମସିଂଘେ, ନୁୱନ୍ ତୁଷାରା, ମଥିଶ ପଥିରାନା, ବିନୁରା ଫର୍ଣ୍ଣଣ୍ଡୋ, ଅସିଥା ଫର୍ଣ୍ଣାଣ୍ଡୋ।
ଶ୍ରୀଲଙ୍କା ଦିନିକିଆ ସ୍କ୍ୱାଡ୍‌: ଚରିଥ୍ ଅସଲଙ୍କା (କ୍ୟାପ୍‌ଟେନ୍‌), ପଥୁମ ନିସାଙ୍କା, କୁସଳ ମେଣ୍ଡିସ୍‌, କୁସଳ ପରେରା, କାମିନ୍ଦୁ ମେଣ୍ଡିସ୍‌, ଜେନିଥ୍ ଲିୟାନଗେ, ସଦୀର ସମରବିକ୍ରମା, ନିଶାନ ମଦୁଶ୍‌କା, ଦୁନିଥ୍ ୱେଲ୍ଲାଲାଗେ, ୱାନିନ୍ଦୁ ହସରଙ୍ଗା, ମହୀଶ ତୀକ୍ଷଣା, ଜେଫରି ୱାଣ୍ଡରସେ, ଚାମିଣ୍ଡୁ ବିକ୍ରମସିଂଘେ, ଅସିଥା ଫର୍ଣ୍ଣାଣ୍ଡୋ, ଦିଲ୍‌ଶନ୍ ମଦୁଶଙ୍କା, ମହମ୍ମଦ ଶିରାଜ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking