25.1 C
Bhubaneswar
Monday, February 23, 2026
Homeଓଡିଶାରାଜସ୍ୱ ଆଇନକୁ ଲୋକାଭିମୁଖୀ କରାଯିବ : ସୁରେଶ ପୂଜାରୀ

ରାଜସ୍ୱ ଆଇନକୁ ଲୋକାଭିମୁଖୀ କରାଯିବ : ସୁରେଶ ପୂଜାରୀ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ, ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଯିବ, ଯାହାଦ୍ୱାରା ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ଘରଡିହ ଶୂନ୍ୟ ବ୍ୟକ୍ତିମାନଙ୍କୁ ଘରଡିହ ଯୋଗାଇଦେବା, ଭୂମିହୀନ ଲୋକମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଅବସ୍ଥା ସର୍ବେକ୍ଷଣ କରାଯାଇ ସେମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯିବା, ସମସ୍ତ ବିଦ୍ୟାଳୟମାନଙ୍କୁ ଜମିର ପଟ୍ଟା ଯୋଗାଇଦେବା କାର୍ଯ୍ୟକୁ ତ୍ଵରାନ୍ୱିତ କରିବା ସହ ନୂତନ ରାଜସ୍ୱ ଗ୍ରାମ ଘୋଷଣା କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବା, ରାଜ୍ୟରେ ତହସିଲମାନଙ୍କରେ ପଡ଼ି ରହିଥିବା ମ୍ୟୁଟେସନ ମାମଲାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଏବଂ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାମରେ ସଂଶୋଧନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ । ସମସ୍ତ ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଆଗନ୍ତୁକମାନଙ୍କ ପାଇଁ ପ୍ରତିକ୍ରିୟା ଓ ମତାମତ ରେଜିଷ୍ଟ୍ରାରରେ ଦରଜ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ଅନୁଷ୍ଠାନମାନଙ୍କୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍ ଭାବେ ବ୍ୟବହାର କରୁନାହାଁନ୍ତି, ତେବେ ସେହି ଜମିକୁ ସରକାର ଫେରାଇନେବେ । ରାଜସ୍ୱ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା , ବାସସ୍ଥାନ , ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଏହାର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ । ଏହି ସମୀକ୍ଷା ବୈଠକରେ ରାଜସ୍ୱ ଆୟୁକ୍ତ , ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking