25.1 C
Bhubaneswar
Monday, March 23, 2026
Homeଓଡିଶାକେନ୍ଦୁଝର ରାଗିଂ ମାମଲାରେ ୪ ଛାତ୍ର ନିଲମ୍ବିତ

କେନ୍ଦୁଝର ରାଗିଂ ମାମଲାରେ ୪ ଛାତ୍ର ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜରେ ରାଗିଂ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ କଲେଜରୁ ନିଲମ୍ବିତ କରାଯାଇଛି । ଅନ୍ୟ ଜଣେ ପୂର୍ବରୁ ନିଲମ୍ବିତ ହୋଇଥିଲେ । ୫ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ଆଣି ଥାନାର ଜିମା ଦେଇଛନ୍ତି । ସିନିୟର୍ ଛାତ୍ରଙ୍କ ମାଡ଼ରେ ଦ୍ବିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ଗୁରୁତର ହୋଇଛନ୍ତି । ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ଲୁହାରଡ଼ ଏବଂ ବାଡ଼ିରେ ପିଟିଥିଲେ ସିନିୟର୍ ଛାତ୍ର । ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ପୀଡ଼ିତଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା ବେଳେ ଏନେଇ ସେ କଲେଜ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ କିନ୍ତୁ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking