28.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶଏଲନ୍ ମସ୍କଙ୍କୁ ବଡ଼ ଝଟକା

ଏଲନ୍ ମସ୍କଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କୁ ବଡ଼ ଝଟକା। ପୂର୍ବତନ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଏବଂ ଅନ୍ୟ ଅଧିକାରୀମାନଙ୍କ ଅଭିଯୋଗ କ୍ରମେ ମସ୍କଙ୍କ ବିରୋଧରେ ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି କାଲିଫର୍ଣ୍ଣିଆ କୋର୍ଟ । ତେବେ ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, କୋର୍ଟ କହିଛନ୍ତି ଯେ ୨୦୨୨ ମସିହାରେ ଟ୍ୱିଟର କିଣିବାବେଳେ ମସ୍କ ଏହି କାର୍ଯ୍ୟନିର୍ବାହୀମାନଙ୍କୁ କୌଣସି ସୂଚନା ନ ଦେଇ ବରଖାସ୍ତ କରିଥିଲେ। ତେଣୁ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ମସ୍କ ସେମାନଙ୍କୁ ଇସ୍ତଫା ଦେବାର ସୁଯୋଗ ଦେଇନାହାଁନ୍ତି ଏବଂ ଠକାମିରେ ସେମାନଙ୍କୁ ବରଖାସ୍ତ କରିଥିଲେ। ଏନେଇ ପୂର୍ବତନ କାର୍ଯ୍ୟନିର୍ବାହୀମାନେ ମସ୍କଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ତେବେ ପରାଗ ଅଗ୍ରୱାଲଙ୍କ ବ୍ୟତୀତ ପୂର୍ବତନ ସିଏଫଓ ନେଡ ସେଗାଲ, ଲ ଆଣ୍ଡ୍ ପଲିସି ହେଡ୍ ବିଜୟ ଗଡେ ଏବଂ ପୂର୍ବତନ ଟ୍ୱିଟର ସାଧାରଣ ପରାମର୍ଶଦାତା ସଚିନ ଏଡେଟ ମସ୍କଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ତେବେ ସୂଚନା ମୁତାବକ,ମସ୍କ ୨୦୨୨ରେ ଟ୍ୱିଟର କିଣି ଏହାର ନାମ ‘ଏକ୍ସ’ରେ ବଦଳାଇଥିଲେ।

ସେ ଚାକିରିରୁ ବହିଷ୍କାର କରିବା ପରେ ଅଧିକାରୀମାନଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ଦେଇ ନଥିବା ଅଭିଯୋଗ ହୋଇଛି। ମାର୍ଚ୍ଚ ୨୦୨୪ରେ ପୂର୍ବତନ କାର୍ଯ୍ୟନିର୍ବାହୀମାନେ ମସ୍କଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ମସ୍କ ତାଙ୍କୁ ଏକ ବର୍ଷର ବେତନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରତିଶ୍ରୁତି ଦେଇଥିଲେ,ଯାହା ସେ ପାଇ ନଥିଲେ। ତେବେ ଏହି ମାମଲାର ଶୁଣାଣି କରୁଥିବା ଆମେରିକାର କାଲିଫର୍ଣ୍ଣିଆ କୋର୍ଟ ୱାଲ୍ଟର ଆଇଜାକ୍ସନଙ୍କ ଦ୍ୱାରା ଲିଖିତ ମସ୍କଙ୍କ ଜୀବନୀକୁ ଦର୍ଶାଇଛନ୍ତି। ତେବେ ଏକସି’ର ପ୍ରତିନିଧୀମାନେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ମସ୍କଙ୍କ ବିରୋଧରେ ଅନ୍ୟାନ୍ୟ ଅନେକ ମାମଲା ଦାୟର ହୋଇଛି। ତେବେ ଟ୍ୱିଟର କିଣିବା ପରେ ଏଲନ୍ ମସ୍କ ଅନେକ କର୍ମଚାରୀଙ୍କୁ ବରଖାସ୍ତ କରିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରୁ ଅନେକ ମସ୍କଙ୍କୁ ଅନ୍ୟାୟ ଭାବରେ ବିଦା କରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking