23.1 C
Bhubaneswar
Sunday, December 21, 2025
Homeଓଡିଶାଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ସଭା

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ସଭା

ଯାଜପୁର: ଦୈରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଉତ୍ତରେଶ୍ୱର ଉଚ୍ଚ ବିଦ୍ୟାଳୟ, ମାଳଆନ୍ଦପୁର ପରିସରରେ ବିଦ୍ୟାଳୟର ଛାତ୍ର ଆଇନ୍ ସଚେତନତା କ୍ଲବ ସହାୟତାରେ ଏକ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ଆଲୋଚକ ଭାବେ ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ଼ା. ରୁଦ୍ର ନାରାୟଣ ପୃଷ୍ଟି, ଜିଲ୍ଲା ଆରକ୍ଷୀ ତତ୍ତ୍ୱାବଧାରିକା ଶ୍ରୀମତୀ ମିିନତୀ ବିଶ୍ବାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ପ୍ରମୁଖ ଯୋଗଦେଇ ଉକ୍ତ କ୍ଲବ୍ ର ଗଠନ କାର୍ଯ୍ୟ ପରିସର ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହିତ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ସମ୍ବନ୍ଧୀୟ ଆଇନ୍ ଓ ସେଥିରେ ସରକାରୀ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନନିଗୋପାଳ ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପ୍ରାଧିକରଣ ଏବଂ ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking