34.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଝାଡଖଣ୍ଡରେ ନିଶ୍ଚିତ ଲାଗୁ ହେବ ୟୁସିସି, କିନ୍ତୁ ଆଦିବାସୀଙ୍କୁ ବାଦ୍ ଦିଆଯିବ: ଶାହ

ଝାଡଖଣ୍ଡରେ ନିଶ୍ଚିତ ଲାଗୁ ହେବ ୟୁସିସି, କିନ୍ତୁ ଆଦିବାସୀଙ୍କୁ ବାଦ୍ ଦିଆଯିବ: ଶାହ

ରାଞ୍ôଚ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର ଦିନ ନିଜ ଦଳୀୟ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥାପନ କରିଛନ୍ତି। ଝାଡଖଣ୍ଡବାସୀଙ୍କୁ ପ୍ରତିଶ୍ରୁତି ଦେଇ ଶାହ କହିଛନ୍ତି ଯେ, ବିଜେପି ମାଟି, ବେଟି (ଝିଅ ଓ ମହିଳା) ଏବଂ ରୁଟି (ଖାଦ୍ୟ)କୁ ସୁରକ୍ଷା ଦେବ। ବିଜେପି ଝାଡ଼ଖଣ୍ଡରେ କୁଶାସନ ଏବଂ ଭ୍ରଷ୍ଟାଚାରକୁ ଶେଷ କରିବ। ଝାଡ଼ଖଣ୍ଡରେ ୟୁସିସି ନିଶ୍ଚିତ ରୂପେ କାର୍ଯ୍ୟକାରୀ ହେବ। ଅମିତ ଶାହ ଏହି ନିର୍ବାଚନକୁ କେବଳ ସରକାର ବଦଳାଇବା ପାଇଁ ନୁହେଁ, ବରଂ ଝାଡଖଣ୍ଡର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏକ ନିର୍ବାଚନ ବୋଲି ବର୍ଣ୍ଣନା କରିଛନ୍ତି। ଶାହଙ୍କ କହିବାନୁସାରେ ଅନୁପ୍ରବେଶକାରୀ ସରକାର କିମ୍ବା ନିରାପଦ ତଥା ଶକ୍ତିଶାଳୀ ସରକାର ଚାହୁଁଛନ୍ତି କି ନାହିଁ ତାହା ଲୋକଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ଗତ ପାଞ୍ଚ ବର୍ଷ ମଧ୍ୟରେ ଝାଡଖଣ୍ଡରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଇଛି।

ଶାହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୨ଟି ପ୍ରଶ୍ନ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିଛନ୍ତି କି? ଗତ ୫ ବର୍ଷର ହେମନ୍ତଙ୍କ ସରକାର କେତେ ଯୁବବର୍ଗଙ୍କୁ ନିଯୁକ୍ତି ଦେଇଛନ୍ତି? ଶାହ କହିଛନ୍ତି ହେମନ୍ତ ସରକାର ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଛନ୍ତି, ଯେଉଁଥିପାଇଁ ଆଦିବାସୀ ସମ୍ପ୍ରଦାୟର ସଂଖ୍ୟା ହ୍ରାସ ପାଉଛି। ଏହି ଅବସରରେ ଶାହ ବିଜେପିର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ ଝାଡ଼ଖଣ୍ଡର କୋଟି କୋଟି ଲୋକଙ୍କ ମତ ଆଧାରରେ ଏହି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଇଛି।

ଯେଉଁଥିରେ ଆଦିବାସୀଙ୍କ ଜମି, ରୁଟି ଏବଂ ଝିଅଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଶାହ, ଶାସକ ମେଣ୍ଟ ଜେଏମ୍‌ଏମ୍‌-କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର ସମସ୍ତ ବିକାଶମୂଳକ ଯୋଜନାକୁ ଅଟକାଇ ଆଦିବାସୀଙ୍କ ସୁରକ୍ଷାକୁ ଅଣଦେଖା କରିଛନ୍ତି। କିନ୍ତୁ ବିଜେପି ଝାଡଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶଙ୍କୁ ରୋକିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ରାଜ୍ୟକୁ ବିକାଶ ପଥରେ ନେବାକୁ ପ୍ରତିଶ୍ରୁତି ଦେଉଛି। ଝାଡଖଣ୍ଡବାସୀଙ୍କ କଲ୍ୟାଣ, ରାଜ୍ୟର ପ୍ରତ୍ୟେକ ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ମହିଳାଙ୍କ ସୁରକ୍ଷା ଭଳି ପ୍ରସଙ୍ଗ ବିଜେପି ନିଜ ନିର୍ବାଚନୀ ଇସ୍ତାହାର ଆକାରରେ ପ୍ରତିଶ୍ରୁତି ଦେଉଛି।

ସେହିପରି ୟୁସିସି (ୟୁନିଫର୍ମ ସିଭିଲ୍ କୋଡ୍‌) ସମ୍ପର୍କରେ କହିବାକୁ ଯାଇ ଶାହ କହିଛନ୍ତି, ଆଦିବାସୀମାନଙ୍କର କୌଣସି ଅଧିକାର ଛଡ଼ାଇ ନିଆଯିବ ନାହିଁ। ଆଦିବାସୀଙ୍କୁ ୟୁସିସିରୁ ସମ୍ପୂର୍ଣ୍ଣରୂପେ ଦୂରେଇ ରଖାଯାଇଛି। ବିଜେପି ଯେଉଁଠି ଦେଶବ୍ୟାପୀ ୟୁସିସି ଲାଗୁ କରିବାକୁ ଯାଉଛି, ସେଠାରେ ଆଦିବାସୀଙ୍କୁ ବାହାରେ ରଖି ଏହାକୁ କାର୍ଯ୍ୟକାରୀ କରାଯିବ। ଅମିତ ଶାହ କହିଛନ୍ତି ଯେ, ହେମନ୍ତ ସରକାର ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ୨୧ ଲକ୍ଷ ଘର ନିର୍ମାଣ କରିନାହାନ୍ତି। କିନ୍ତୁ ବିଜେପି ଏହି ଲକ୍ଷ୍ୟ ପୂରଣ କରିବ। ବିଜେପିର ନିର୍ବାଚନୀ ଇସ୍ତାହାରରେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ଅନୁପ୍ରବେଶକାରୀଙ୍କଠାରୁ ଜମି ଜବର ଦଖଲ ମୁକ୍ତ ହେବ ଏବଂ ରାଜ୍ୟରେ ଗୋରୁ ଚୋରା ଚାଲାଣ ଦୂର ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking