24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଉତ୍ତରାଖଣ୍ଡ ବସ୍ ଦୁର୍ଘଟଣା: ୨୨ ମୃତ

ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣା: ୨୨ ମୃତ

ଉତ୍ତରାଖଣ୍ଡ: ଉତ୍ତରପ୍ରଦେଶର ଆଲମୋରା ଜିଲ୍ଲାରେ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୨ କୁ ବୃଦ୍ଧି ପାଇଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଆଜି ସକାଳେ ଗରହୱାଲରୁ କୁମାଓନ୍ ଅଭିମୁଖେ ଯାତ୍ରା କରୁଥିବା ସମୟରେ ୪୫ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବସ୍ ୨୦୦ ମିଟର ଗଭୀର ଘାଟରେ ଖସି ପଡିଥିଲା। ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। “ଆଲମୋରା ଜିଲ୍ଲାର ମାର୍ଚ୍ଚୁଲାରେ ଘଟିଥିବା ଦୁର୍ଭାଗ୍ୟଜନକ ବସ୍ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ହେବାର ଅତ୍ୟନ୍ତ ଦୁଃଖଦ ଖବର । ଶୀଘ୍ର ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।” ସ୍ଥାନୀୟ ପ୍ରଶାସନ ଏବଂ ଏସଡିଆରଏଫ ଦଳ ଆହତମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ପଡିଲେ ଗୁରୁତର ଆହତ ଯାତ୍ରୀଙ୍କୁ ବିମାନ ଉଡ଼ାଣ ରେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking