18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଏୟାର ଇଣ୍ଡିଆ ବିମାନରୁ ମିଳିଲା ଗୋଳାବାରୁଦ

ଏୟାର ଇଣ୍ଡିଆ ବିମାନରୁ ମିଳିଲା ଗୋଳାବାରୁଦ

ନୂଆଦିଲ୍ଲୀ: ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଇଓ-୯୧୬ର ଏକ ସିଟ୍ ପ୍ୟାକେଟରୁ ଗୋଳାବାରୁଦ କ୍ୟାର୍ଟ୍ରିଜ୍ ମିଳିଥିବା ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆର ମୁଖପାତ୍ର। ମୁଖପାତ୍ରଙ୍କ କହିବାନୁସାରେ ଅକ୍ଟୋବର ୨୭ ତାରିଖରେ ଏଭଳି ଘଟଣା ଘଟିଥିଲା। ତେବେ ବିମାନ କର୍ମଚାରୀମାନେ ତତ୍ପରତା ଦେଖାଇ ସମସ୍ତ ଯାତ୍ରୀଙ୍କୁ ନିରାପଦରେ ଅବତରଣ କରାଇଥିଲେ। ଏୟାରପୋର୍ଟ ପୁଲିସରେ ଅଭିଯୋଗ କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବରିଷ୍ଠ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଦେଶର ଏୟାରଲାଇନ୍ସକୁ ବୋମାରେ ଉଡ଼ାଇ ଦେବାକୁ କ୍ରମାଗତ ଧମକ ମିଳୁଛି।

ଗତ ୧୬ ଦିନ ମଧ୍ୟରେ ୫୧୦ରୁ ଅଧିକ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳିଲାଣି। କିନ୍ତୁ ଏସବୁ ଧମକ ପରବର୍ତ୍ତୀ ସମୟରେ ନକଲି ବୋଲି ମଧ୍ୟ ଜଣାପଡିଛି। ଏପରିକି ଏହି ଘଟଣାରେ ଦେଶର ବିଭିନ୍ନ ପ୍ରାନ୍ତରୁ କିଛି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇସାରିଛି। ଏସବୁ ମଧ୍ୟରେ ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରୁ ଏକ ବିସ୍ଫୋରକ କ୍ୟାର୍ଟ୍ରିଜ୍ ମିଳିଛି। ଏସମ୍ପର୍କରେ ଜଣାପଡିବା ପରେ ବିମାନ ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking