30.1 C
Bhubaneswar
Tuesday, November 5, 2024
Homeଓଡିଶାଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ; ଆଗକୁ ଓଡ଼ିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ

ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ; ଆଗକୁ ଓଡ଼ିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ

ଭୁବନେଶ୍ୱର: ୭ ଦିନିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଶ୍ୱ ପର୍ଯ୍ୟଟନ କନକ୍ଲେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ। ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଗସ୍ତ କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନରେ ଆକୃଷ୍ଟ କରିବା ପାଇଁ ଲଣ୍ଡନ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ବିଦେଶ ମାଟିରେ ଓଡି଼ଶା ପର୍ଯ୍ୟଟନ ବିକାଶ ଉପରେ ଆଲୋଚନା କରିବେ। ଯିବା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନର ବିକାଶ ଆହୁରି ଆଗକୁ ବଢ଼ିବା ସହ ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ। ଲଣ୍ଡନରେ ହେବାକୁ ଥିବା ଆଲୋଚନାରେ ପର୍ଯ୍ୟଟନ ସହ ସଂପୃକ୍ତ ସଂସ୍ଥା, ପ୍ରବାସୀ ଭାରତୀୟ ଓ ଶିଳ୍ପପତିମାନେ ଯୋଗ ଦେବେ। ସେମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ଓଡ଼ିଶା ପର୍ଯ୍ୟଟନର ବିକାଶ କରିହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

ଏଥିସହ ସେ କହିଛନ୍ତି ଯେ ପର୍ଯ୍ୟଟନର ପ୍ରଚାର ପ୍ରସାର ଅଭାବରୁ ତାହା ଆଗକୁ ଯାଇପାରୁନି। ଆଗକୁ ଓଡ଼ିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ‘ଚାଲୋ ଆପନା ଦେଶ’ ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ଦେଶର କୋଣାନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking