32.1 C
Bhubaneswar
Saturday, May 2, 2026
Homeଓଡିଶାଦିଗପହଣ୍ଡିରେ ପୁଣି ଫୁଟିଲା ବୋମା

ଦିଗପହଣ୍ଡିରେ ପୁଣି ଫୁଟିଲା ବୋମା

ଦିଗପହଣ୍ଡି: ଦିଗପହଣ୍ଡିରେ ପୁଣି ଫୁଟିଲା ବୋମା । ଦୀପାବଳିରେ ଘର ଉପରକୁ ବୋମା କଲେ ଦୁର୍ବୃତ୍ତ । ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏବେ ଅଶାନ୍ତ । ଦିଗପହଣ୍ଡି କେନାଳ ସାହିରେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ରାଜେନ୍ଦ୍ର ସେଠୀ ଙ୍କ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ପାରିବାରଲୋକେ । ଏହି ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ହାତ ତିଆରି ବୋମା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ୫ ଦିନ ତଳେ ଦିଗପହଣ୍ଡି ର ୩ଟି ସ୍ଥାନରେ ୫ଟି ବୋମା ଫୁଟିଥିବା ବେଳେ ଶୁକ୍ରବାର ପୁଣି ବୋମା ଫୁଟିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking