ଭୁବନେଶ୍ୱର : ରତ୍ନ ଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା କୌଣସି ସୁଡଙ୍ଗ ନାହିଁ । ଏ ସଂପର୍କରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସୂଚନା ରହିଛି । ପ୍ରାଥମିକ ଆଲୋଚନାରୁ କୌଣସି ସୁଡଙ୍ଗ ବା ଗୁପ୍ତ କୋଠରୀ ନଥିବା ଜଣା ପଡିଛି । ଏନେଇ ଆମେ ଚୂଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରଛୁ । ନୂଆ ବର୍ଷରୁ ରତ୍ନ ଭଣ୍ଡାର ଗଣତି ମଣତି ହେବ କହିଛନ୍ତି ଆଇନ ମନ୍ତ୍ରୀ । କାର୍ତ୍ତିକ ମାସ ପାଇଁ ଶ୍ରୀ ମନ୍ଦିରରେ ଭିଡ ରହିଛି , କାର୍ତ୍ତିକ ମାସ ପରେ ମରାମତି ହେବ । ରତ୍ନ ଭଣ୍ଡାରରେ ଫାଟ ଥିବା ସ୍ପଷ୍ଟ ରହିଛି । କାର୍ତ୍ତିକ ପରେ ମରାମତି କରିବ ଏଏସଆଇ । ମରାମତି ପରେ ଅଳଙ୍କାରର ଗଣତି କରାଯିବ କହିଛନ୍ତି ଆଇନ ମନ୍ତ୍ରୀ ।










