32.1 C
Bhubaneswar
Saturday, May 2, 2026
Homeଓଡିଶାହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ଜଣ ‘ସରକାରୀ ଓକିଲ’

ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ଜଣ ‘ସରକାରୀ ଓକିଲ’

ଭୁବନେଶ୍ୱର: ରାଜ୍ୟ ସରକାର ୩୬ଜଣ ବରିଷ୍ଠ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪୭ଜଣଙ୍କୁ ହାଇକୋର୍ଟରେ ‘ଷ୍ଟାଣ୍ଡିଂ କାଉନସେଲ’ ଭାବେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଅବସ୍ଥାପିତ କରାଯାଇଛି । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେବାର ପ୍ରାୟ ୪୦ଦିନ ପରେ ଜୁଲାଇ ୧୯ତାରିଖରେ ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ୟ୍ୟଙ୍କୁ ଆଡଭୋକେଟ୍ ଜେନେରାଲ(ଏଜି) ଭାବେ ନିଯୁକ୍ତି ଦେଇଥିଲେ । ଆଉ ଏଜିଙ୍କ ନିଯୁକ୍ତିର ପ୍ରାୟ ୩ମାସ ପରେ ଅର୍ଥାତ୍ ଆଜି ରାଜ୍ୟ ସରକାର ଏହି ୩୬ଜଣ ବରିଷ୍ଠ ଓକିଲଙ୍କୁ ‘ଗଭର୍ଣ୍ଣମେଂଟ ଆଡଭୋକେଟ୍ ବା ସରକାରୀ ଓକିଲ’ ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି । ଏହି ଓକିଲମାନେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଲ’ ଅଫିସର ଭାବେ ବିଭିନ୍ନ ମାମଲାରେ ପକ୍ଷ ରଖିବେ ଓ ଏଜିଙ୍କ ନିର୍ଦ୍ଦେଶରେ କାର୍ୟ୍ୟ କରିବେ ବୋଲି ସୂଚନା ମିଳିଛି । ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ହାଇକୋର୍ଟରେ ସରକାରୀ ଓକିଲ ଭାବେ କୈଳାସ ଚନ୍ଦ୍ର କରଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ ହାଇକୋର୍ଟରେ ‘ଅତିରିକ୍ତ ସରକାରୀ ଓକିଲ’ ଭାବେ ଅନ୍ୟ ୩୫ଜଣ ବରିଷ୍ଠ ଓକିଲଙ୍କୁ ଅବସ୍ଥାପିତ କରାଯାଇଛି । ସେମାନେ ହେଲେ ଦେବେନ୍ଦ୍ର କୁମାର ସାହୁ, ବିବେକାନନ୍ଦ ନାୟକ, ସଞ୍ଜିବ କୁମାର ସ୍ୱାଇଁ, ସରୋଜ କୁମାର ଜୀ, ଜୟନ୍ତ କୁମାର ବଳ, ବିମ୍ବିସାର ଦାଶ, ଉମେଶ ଚନ୍ଦ୍ର ବେହୁରା, ସର୍ବେଶ୍ୱର ବେହେରା, ଅଯୋଧ୍ୟା ରଞ୍ଜନ ଦାଶ, ଗୋପାଳ କୁମାର ଅଗ୍ରୱାଲ, ଦୟାନିଧି ଲେଙ୍କା, ସତ୍ୟବ୍ରତ ମହାନ୍ତି, ଜଟେଶ୍ୱର ନାୟକ, ସୂର୍ୟ୍ୟନାରାୟଣ ପଟ୍ଟନାୟକ, ଦେବାଶୀଷ ତ୍ରିପାଠୀ, ଶୁଭ ବିକାଶ ପଣ୍ଡା, ବିଭୂପ୍ରସାଦ ନାୟକ, ଉଦିତ ରଞ୍ଜନ ଜେନା, ମାନସ ରଞ୍ଜନ ମହାନ୍ତି, ଗୌତମ ତ୍ରିପାଠୀ, ପ୍ରବୀର କୁମାର ରାୟ, ପାର୍ଥସାରଥୀ ନାୟକ, ଦେବାଶୀଷ ନାୟକ, ଅରବିନ୍ଦ ତ୍ରିପାଠୀ, ବବିତା କୁମାରୀ ସାହୁ, ଶାଶ୍ୱତ କୁମାର ଦାସ, ସଞ୍ଜୟ ରଥ, ଚନ୍ଦ୍ରକାନ୍ତ ପ୍ରଧାନ, ଚିତ୍ତରଞ୍ଜନ ସ୍ୱାଇଁ, ଦେବରଞ୍ଜନ ମହାପାତ୍ର, ତପନ କୁମାର ଦାଶ, ସୁମନ ପଟ୍ଟନାୟକ, ରଜନୀ ଭୂଷଣ ମିଶ୍ର, ଦେବରାଜ ମହାନ୍ତି ଓ ଅଶୋକ କୁମାର ଆପଟ୍ଟଙ୍କୁ ଆଡସିନାଲ ଗଭର୍ଣ୍ଣମେଂଟ ଆଡଭୋକେଟ(ଅତିରିକ୍ତ ସରକାରୀ ଓକିଲ) ଭାବେ ନିଯୁକ୍ତି ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking