31.1 C
Bhubaneswar
Wednesday, October 30, 2024
Homeଓଡିଶାବ୍ଲକ ଅଫିସରୁ ବିଦା ହେଲେ ଡେରାବିଶ  ସିଡିପିଓ

ବ୍ଲକ ଅଫିସରୁ ବିଦା ହେଲେ ଡେରାବିଶ  ସିଡିପିଓ

ବ୍ୟୁରୋ : ବ୍ଲକ ଅଫିସରୁ ବିଦା ହେଲେ ଡେରାବିଶ  ସିଡିପିଓ । ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କରାଗଲା ଅପସାରଣ । ନିରପେକ୍ଷ ତଦନ୍ତ ପାଇଁ ସିଡିପିଓ ସ୍ନେହଲତା  ସାହୁଙ୍କୁ ଅପସାରଣ । ତଦନ୍ତ ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ  । ଜଣେ ଗର୍ଭବତୀ କର୍ମଚାରୀଙ୍କୁ  ଉପରିସ୍ଥ ଅଧିକାରୀ ଅସହେଯାଗ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା , ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱିତ ବିଭାଗରୁ ଆସିଛି ଏଭଳି  ଅଭିଯୋଗ ।  ବର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା  ମହିଳା କର୍ମଚାରୀଙ୍କୁ  ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ  ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି । ଏହାକୁ ନେଇ ଏକ ଭାଇରାଲ ଭିଡିଓ ନଜରକୁ ଆସିଛି ।  ଅଭିଯୋଗ ଅନୁସାରେ ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱୟ ବିଭାଗରେ  କାର‌୍ୟ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶନୀ ମହାପାତ୍ରଙ୍କୁ  ଗତ ଶୁକ୍ରବାର କାର‌୍ୟ୍ୟାଳୟରେ  ଥିବାବେଳେ ହଠାତ  ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା  । ୭ ମାସର ଗର୍ଭବତୀ ଥିଲେ ବର୍ଷା । ଯେତେବେଳେ  ସେ ସିଡିପିଓ  ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ  ସେ ଅନୁମତି ଦେଇନଥିଲେ । ଓଲଟି ଦୁର୍ବ୍ୟବହାର କରିଥିଲେ । ଏନେଇ ପରିବାର ଲୋକେ  ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି ।  ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking