18.1 C
Bhubaneswar
Thursday, February 12, 2026
Homeଓଡିଶାକମିବ ପେଟ୍ରୋଲ ଓ ଡିଜେଲ ଦର; ଓଡ଼ିଶାର ଏହି ସବୁ ଅଞ୍ଚଳର ଉପଭୋକ୍ତା ପାଇବେ ଲାଭ

କମିବ ପେଟ୍ରୋଲ ଓ ଡିଜେଲ ଦର; ଓଡ଼ିଶାର ଏହି ସବୁ ଅଞ୍ଚଳର ଉପଭୋକ୍ତା ପାଇବେ ଲାଭ

ଭୁବନେଶ୍ୱର : କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଉପଭୋକ୍ତା। ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା।

ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାବାସୀଙ୍କୁ ମିଳିବ ଲାଭ। କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ପାଇବ। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ୍ ୪ଟଙ୍କା ୩୨ ପଇସା ହ୍ରାସ ପାଇବ। ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା ଓ ଡିଜେଲ୍ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା ଓ ଡିଜେଲ୍ ୩ ଟଙ୍କା ୫୨ ପଇସା ହ୍ରାସ ପାଇବ। ମାଳିପୁଟରେ ପେଟ୍ରୋଲ ୩ ଟଙ୍କା ୬୬ ପଇସା, ଡିଜେଲ୍ ୩ ଟଙ୍କା ୪୭ ପଇସା ହ୍ରାସ ପାଇବାକୁ ଥିବା ବେଳେ ରାମଗିରିରେ ପେଟ୍ରୋଲ ୩ ଟଙ୍କା ୬୦ ପଇସା ଓ ଡିଜେଲ୍ ୩ ଟଙ୍କା ୪୦ପଇସା, ବଡ଼ସାଗରରେ ପେଟ୍ରୋଲ ୩ ଟଙ୍କା ୫୨ ପଇସା ଓ ଡିଜେଲ୍ ୩ ଟଙ୍କା ୩୩ ପଇସା,ରାଇଘରରେ ପେଟ୍ରୋଲ ୩ ଟଙ୍କା ୪୧ ପଇସା ଓ ଡିଜେଲ୍ ୩ଟଙ୍କା ୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ୍ ୩ ଟଙ୍କା ୦୮ ପଇସା ହ୍ରାସ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking