20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ର ଦୁଷ୍ପ୍ରଭାବ: ୧୩୬ ମୃତ, ୪୦ ନିଖୋଜ

ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ର ଦୁଷ୍ପ୍ରଭାବ: ୧୩୬ ମୃତ, ୪୦ ନିଖୋଜ

ମାନିଲା: ଫିଲିପାଇନ୍ସର ଉତ୍ତର ପଶ୍ଚିମାଞ୍ଚଳରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ସବୁକିଛି ଛାରଖାର କରିଦେଇଛି। ଟ୍ରାମି ଯୋଗୁ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ ହାନି ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। ସରକାରୀ ସୂତ୍ର ଅନୁସାଯାରେ ଟ୍ରାମି ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧୩୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ୪୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ସ୍ଥାନରେ ମାଟି ଅତଡ଼ା ଧସି ଘରଦ୍ୱାର ଭାଙ୍ଗିରୁଜିଯାଇଛି। ରାସ୍ତାଘାଟରେ ମାଟି ଜମି ବନ୍ଦ ରହିଛି।

ଜଳସ୍ତର ବୃଦ୍ଧି ପାଇବାରୁ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି। ଉଦ୍ଧାରକାରୀ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି। ପ୍ରବଳ ବର୍ଷା ଯୋଗୁ ଅତର୍କିତ ବନ୍ୟା ଆସିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପ୍ରବଳ ବେଗରେ ପବନ ବହିବାରୁ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ଫଳରେ ରାସ୍ତାଘାଟ ଅବରୋଧ ହୋଇରହିଛି। ପ୍ରକାଶ, ଚଳିତ ବର୍ଷ ଫିଲିପାଇନ୍ସର ଏହା ୧୧ତମ ଘୂର୍ଣ୍ଣିଝଡ଼। ବର୍ତ୍ତମାନ ସୁଦ୍ଧା ଫିଲିପାଇନ୍ସରେ ୧୦ଟି ଘୂର୍ଣ୍ଣିଝଡ଼ ହୋଇସାରିଛି, ଯାହା ପ୍ରଭାବରେ ଦେଶବାସୀଙ୍କୁ ବହୁ କ୍ଷୟକ୍ଷତି ତଥା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking