25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକମଳା ହାରିସ୍ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବେ: ଟ୍ରମ୍ପ

କମଳା ହାରିସ୍ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବେ: ଟ୍ରମ୍ପ

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ପ୍ରତିପକ୍ଷ ଦଳର ନେତାମାନଙ୍କ ମଧ୍ୟରେ ପରସ୍ପର ପ୍ରତି ବ୍ୟକ୍ତିଗତ ସମାଲୋଚନା ପ୍ରକ୍ରିୟା ସେତେସେତେ ବଢ଼ିବଢ଼ି ଚାଲିଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାୟ ଏକ ସପ୍ତାହ ବାକି ଅଛି। ଆମେରିକାରେ ମୁଖ୍ୟତଃ ଦୁଇଟି ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିôବାକୁ ମିଳିଥାଏ। ଗୋଟିଏ ହେଉଛି ରିପବ୍ଲିକାନ୍ ପାର୍ଟି ଏବଂ ଅନ୍ୟଟି ହେଉଛି ଡେମୋକ୍ରାଟିକ୍ ପାର୍ଟି। ତେବେ ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏହି ଦୁଇ ଦଳ ପକ୍ଷରୁ ଯଥାକ୍ରମେ ଡୋନାଲ୍ଡ ଟ୍ରମ୍ପ୍ ଏବଂ କମଳା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏସବୁ ମଧ୍ୟରେ ଆଜି (ରବିବାର) ଡୋନାଲ୍ଡ ଟ୍ରମ୍ପ୍‌, ପ୍ରତିପକ୍ଷ ପ୍ରାର୍ଥୀ କମଳା ହାରିସ୍‌ଙ୍କୁ ଟାର୍ଗେଟ୍ କରି ଏକ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ କହିବାନୁସାରେ କମଳା ହାରିସ୍ ତୃତୀୟ ବିଶ୍ୱଯୁଦ୍ଧର କାରଣ ସାଜିବେ।

ଡୋନାଲ୍ଡ ଟ୍ରମ୍ପ ପେନସିଲଭାନିଆରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ବିଶ୍ୱପ୍ରସଙ୍ଗ ଉପରେ କିଛି ଜାଣନ୍ତି ନାହିଁ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ କିପରି କଥା ହେବେ ସେ ଜାଣନ୍ତି ନାହିଁ। ସୁତରାଂ କମଳା ହାରିସ୍‌ଙ୍କ ଭଳି ମହିଳା ଯଦି ଆମେରିକାର ରାଷ୍ଟ୍ରପତି ହେବେ ତେବେ ତାଙ୍କ ପାଇଁ ବିଶ୍ୱରେ ନିଶ୍ଚିତ ରୂପେ ତୃତୀୟ ବିଶ୍ୱଯୁଦ୍ଧ ହେବ। ହାରିସ୍‌ଙ୍କୁ ରାଷ୍ଟ୍ରପତି କରିବା ଅର୍ଥ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପିଲାଙ୍କ ଜୀବନ ସହ ଜୁଆ ଖେଳିବା ଭଳି ହେବ। ସମଗ୍ର ବିଶ୍ୱରେ ଏବେ ବିଶ୍ୱଯୁଦ୍ଧର ବିପଦ ଆଶଙ୍କା ଏତେମାତ୍ରାରେ ବଢ଼ିଯାଇଛି ଯାହାକି ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ସମୟରେ କେବଳ ସତର୍କତାର ସହ ରଣନୀତି ପ୍ରସ୍ତୁତି କରିବା ପୂର୍ବକ ଯାହା କିଛି କରିହେବ। ଟ୍ରମ୍ପ୍ କହିଛନ୍ତି ଯେ ଯଦି ସେ ଏବେ ଜୋ ବାଇଡେନ୍‌ଙ୍କ ବଦଳରେ ଆମେରିକାର ରାଷ୍ଟ୍ରପତି ପଦରେ ଥାଆନ୍ତେ ତେବେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀ ଆକ୍ରମଣ ହୋଇନଥାନ୍ତା।

ପ୍ରକାଶ, ଉଭୟ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ୍ ସେମାନଙ୍କର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରିରହିଛି। ରିପବ୍ଲିକାନ୍ ପାର୍ଟି ଭଳି ଡେମୋକ୍ରାଟିକ୍ ପାର୍ଟି ମଧ୍ୟ ନିର୍ବାଚନ ପ୍ରଚାର ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇଛି। ଏହି କାରଣରୁ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ ଓବାମା ମଧ୍ୟ କମଲା ହାରିସଙ୍କ ସମର୍ଥନରେ ରାଲି କରୁଛନ୍ତି। ମିସେଲ ଓବାମା ଶନିବାର ମିଚିଗାନରେ ଏକ ରାଲିରେ କମଲା ହାରିସଙ୍କ ସହ ଯୋଗ ଦେଇଥିଲେ। ଏହି ସମୟରେ ସେ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନ କରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ମାନସିକ ସ୍ୱାସ୍ଥ୍ୟ, ତାଙ୍କର ଚାଲିଥିବା କାର୍ଯ୍ୟ ତଥା ଯୌନ ନିର୍ଯାତନା ଅଭିଯୋଗ ଉପରେ ମିସେଲ ଓବାମା ଟାର୍ଗେଟ୍ କରିଥିଲେ।କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ଉପରୋକ୍ତ ବୟାନ୍ ଏବେ ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking