27.1 C
Bhubaneswar
Monday, October 28, 2024
Homeଦେଶ ବିଦେଶପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ଇସଲାମର ଆତଙ୍କ

ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ଇସଲାମର ଆତଙ୍କ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କୀ ଘଟଣା ଥମିବାର ନାଁ ନେଉନାହିଁ । ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖୈବର ପଖତୁନଖୱା ପ୍ରଦେଶରେ ପୁଣି ଥରେ ସୀମାନ୍ତ କର୍ପସର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରାଯାଇଛି । ସୀମାନ୍ତ କର୍ପସର ଏକ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ସୋମବାର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ନିଷିଦ୍ଧ ସଂଗଠନ ଲଶ୍କର-ଇ-ଇସଲାମ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପୋଲିସର ସୂଚନାନୁସାରେ ଆଫଗାନିସ୍ତାନ ସୀମାନ୍ତରେ ଥିବା ଖୈବର ଜିଲ୍ଲାର ତିରାହ ଘାଟି ସ୍ଥିତ ଏଫସି ଚେକ୍ ପୋଷ୍ଟରେ ରବିବାର ଏହି ଆକ୍ରମଣ ହୋଇଛି।

ଲଶ୍କର-ଇ-ଇସଲାମ ହେଉଛି ଦେଓବନ୍ଦୀ ଜିହାଦୀ ଆତଙ୍କବାଦୀ ଗୋଷ୍ଠୀ, ଯାହା ପାକିସ୍ତାନର ଖୈବର ଜିଲ୍ଲା ତଥା ଆଫଗାନିସ୍ତାନର ପଡୋଶୀ ନାଙ୍ଗରହାର ପ୍ରଦେଶରେ ସକ୍ରିୟ । ଚଳିତ ବର୍ଷ ଏପ୍ରିଲ୍ ୨୫ ରେ, ଲଶ୍କର-ଇ-ଇସଲାମ ନେତା ହାଜି ଆକବର ଆଫ୍ରିଦିଙ୍କୁ ଖୈବର ଜିଲ୍ଲାର ବାରା ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିଲେ। ଲଶ୍କର-ଇ-ଇସଲାମ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା । ଏହି ସଂସ୍ଥାର ବିଭିନ୍ନ ସମ୍ପ୍ରଦାୟକୁ ଭୟଭୀତ କରିବା ଏବଂ ଭୟ ସୃଷ୍ଟି କରିବାର ଇତିହାସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking