ବ୍ୟୁରୋ : କିଛି ଯୁବକ ସଂଘବଦ୍ଧ ଭାବେ ସରପଞ୍ଚଙ୍କୁ ଆକ୍ରମଣ କରିଛନ୍ତି । ବାତ୍ୟା ପରେ ରିଲିଫ ଓ ଥଇଥାନ କାର୍ଯ୍ୟ
ର ତଦାରଖ କରିବା ପାଇଁ ସରପଞ୍ଚ ବାଇକରେ ଯାଉଥିବା ବେଳେ ଆକ୍ରମଣ ହୋଇଛି । ତେବେ ଏନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପାଟକୁରା ଥାନା ଅନ୍ତେଇ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ସଞ୍ଜୟ ସେଠୀ ଆଜି ସେ ବାଇକରେ ବାତ୍ୟା ପରେ ରିଲିଫ ଓ ଥଇଥନ କାର୍ଯ୍ୟର ତଦାରଖ କରିବା ପାଇଁ ବାଲିଘାଇ ଗାଁକୁ ଯାଉଥିଲେ । ଠିକ ସେହି ସମୟରେ କେତେକ ଦୁବୃତ୍ତ ତାଙ୍କୁ ଅଟକାଇ ଅଭଦ୍ର ଭାଷାରେ ଗାଳି ଦେଇଥିଲେ । ପରେ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହୋଇଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଆକ୍ରମଣ କାରଣ ଏଯାଏ ଅସ୍ପଷ୍ଟ । ସରପଞ୍ଚଙ୍କ ବାପା ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତଚଳାିଛି । କିନ୍ତୁ ଏ ଯାଏ ପୋଲିସ ଧରିବାରେ ସଫଳ ହୋଇନାହିଁ ।