ବ୍ୟୁରୋ : ଥାନା ରିସେପସନ ଦାୟିତ୍ୱରେ ଥିବା ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ , ଭିଡିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ , ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ପାନିକ ବଟନ ଦବାଇବା ମାତ୍ରେ ଅଭାବନୀୟ ଅଭାବନୀୟ ଘଟଣା ରେକର୍ଡ ହେବ । ପାଇଲଟ ପ୍ରୋଜେକ୍ଟ ଆରମ୍ଭ କଲା କମିଶନରେଟ ପୋଲିସ । ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା ।