25.1 C
Bhubaneswar
Saturday, October 26, 2024
Homeଦେଶ ବିଦେଶଇରାନ୍ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଇରାନ୍‌ର ସୈନ୍ୟ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଆଜି ତେହରାନ ସମେତ ଏହାର ଆଖପାଖ ସହର ପ୍ରଚଣ୍ଡ ବିସ୍ଫୋରଣରେ ଥରିଉଠିଛି । ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ଇରାନ୍ କରିଥିବା ଆକ୍ରମଣ ବିରୋଧରେ ଏହା ଆଇଡିଏଫର ପ୍ରତି ଜବାବ । ତେବେ ଇସ୍ରାଏଲର ଏହି ଆକ୍ରମଣ ପରେ ଇରାନ୍‌, ସିରିୟା ଏବଂ ଇରାକ ଆକାଶ ସୀମାକୁ ବନ୍ଦ କରିଦିଆଯାଇଛି ।

କିନ୍ତୁ ଏବେ ଇରାନ୍ ନିଜର ବିମାନ ସେବା ଆରମ୍ଭ କରିଛି ବୋଲି ଘୋଷଣା କରିଛି । ସେପଟେ ଇସ୍ରାଏଲ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ଇରାନ୍ କହିଛି । ରିପୋର୍ଟ ଅନୁସାରେ, ଇସ୍ରାଏଲକୁ ଜବାବ ମିଳିବ ଏଥିରେ କୌଣସି ସନ୍ଦେହ ନାହିଁ । ସେହିଭଳି ଯଦି ଇରାନ୍ ପୁଣି ଥରେ ଆକ୍ରମଣ କରେ ତେବେ ଏଥିପାଇଁ ତାକୁ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି ।

ଇସ୍ରାଏଲର ଏହି ଆକ୍ରମଣରେ କମ୍ କ୍ଷତି ହୋଇଛି ବୋଲି ଇରାନ୍ ପକ୍ଷରୁ କୁହାଯାଇଛି । ଇସ୍ରାଏଲ ଆକ୍ରମଣ କରିବ ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଥିଲା ଏବଂ ଏଥିରରେ କୌଣସି ଆମେରିକୀୟ ଅଧିକାରୀଙ୍କ ସଂପୃକ୍ତି ନାହିଁ ବୋଲି ହ୍ୱାଇଟ ହାଉସ୍ କହିଛି । ଆମେରିକାର ଜାତୀୟ ସୁରକ୍ଷା କାଉନସିଲ୍‌ର ମୁଖପାତ୍ର ସିନ୍ ସାଭେଟ କହିଛନ୍ତି, ଆତ୍ମରକ୍ଷା ପାଇଁ ଇସ୍ରାଏଲ ଏହି ଆକ୍ରମଣ କରିଛି । ଏହା ସହ ଆଗକୁ ଇସ୍ରାଏଲ ଉପରେ ଆକ୍ରମଣ ନକରିବାକୁ ସେ ଇରାନ୍‌କୁ ଅପିଲ୍ କରିଛନ୍ତି । ଫଳରେ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧ ଆଗକୁ ବଢ଼ିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking