ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଧୁନିକ ଭାରତର ବିନ୍ଧାଣୀ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରରେ ସେବା ସଂକଳ୍ପ ଅଭିଯାନରେ ମୋଦିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ । ସାଢେ ୪ କୋଟି ଓଡିଶାବାସୀଙ୍କ ପକ୍ଷରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି କହିଛନ୍ତି, ମୋଦିଙ୍କ ୨୫ ବର୍ଷର ସେବା ସଂକଳ୍ପ ପ୍ରେରଣାଦାୟକ । ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସଂପୂର୍ଣ୍ଣ ସମର୍ପିତ । ମୋଦିଙ୍କ ନେତୃତ୍ୱରେ ଭୂ ରାଜନୈତିକ ଶକ୍ତି ଭାବେ ଭାରତ ଠିଆ ହୋଇଛି । ୨୦୧୪ ପୂର୍ବର ଭାରତ ଓ ଆଜିର ଭାରତ ମଧ୍ୟରେ ଆକାଶ ପାତାଳ ଫରକ ଅଛିା ଆର୍ଥିକ କ୍ଷେତ୍ରରେ ଆଗେଇଛୁ, ଆତ୍ମ ନିର୍ଭରଶୀଳ ହୋଇପାରିଛୁ । ମାନବ ସେବା ହିଁ ମାଧବ ସେବା ଏହା ଆମକୁ ଅନୁପ୍ରାଣିତ କରୁଛି । ଆଜିର ରକ୍ତଦାନ ଶିବିର କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ , ଏହା ମାନବ ସେବା । ରକ୍ତ ଅଭାବରୁ ଯେପରି କାହାରି ମୃତ୍ୟୁ ନ ହୁଏ ଆମ ସରକାର ଯତ୍ନବାନ ।










