26.1 C
Bhubaneswar
Saturday, October 26, 2024
Homeଓଡିଶାବାତ୍ୟା ଦାନାରେ କ୍ଷତିଗ୍ରସ୍ତ ସମସ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୁନଃ-ଯାତାୟାତକ୍ଷମ କରାଯାଇ ସାରିଛି

ବାତ୍ୟା ଦାନାରେ କ୍ଷତିଗ୍ରସ୍ତ ସମସ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୁନଃ-ଯାତାୟାତକ୍ଷମ କରାଯାଇ ସାରିଛି

ଭୁବନେଶ୍ୱର: ବାତ୍ୟା ‘ଦାନା’ର ପ୍ରଭାବରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା  ୪୯  ଗୋଟି  ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୁନଃ-ଯାତାୟତକ୍ଷମ କରାଯାଇ ସାରିଛି l  ବାତ୍ୟା ‘ଦାନା’ରେ ପ୍ରଭାବିତ ଚଉଦଟି ଜିଲ୍ଲାର ୨୯ ଗୋଟି ଗ୍ରାମ୍ୟ ଉନ୍ନୟନ  ଡିଭିଜନର ୪୯  ଗୋଟି  ରାସ୍ତାରେ ୫୧ଟି  ଗଛ ପଡି ଅବରୋଧ ସୃଷ୍ଟି ହୋଇଥିଲା l  ଏକାଦିକ୍ରମେ  ଏହି ସମସ୍ତ ରାସ୍ତାରେ ଗ୍ରାମ୍ୟ ଉନ୍ନୟନ  ଦ୍ୱାରା ଆବଶ୍ୟକ ସ୍ଥଳେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନଙ୍କ ସହାୟତାରେ ସମସ୍ତ ଗଛ ହଟାଯାଇ ରାସ୍ତା ଗୁଡିକୁ ଯାତାୟତକ୍ଷମ କରାଯାଇ ପାରିଛି l ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ସମନ୍ଵିତ ପ୍ରୟାସରେ  ବିଭାଗୀୟ ମୁଖ୍ୟାଳୟ, ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପ୍ରତି ଡିଭିଜନରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଥିଲା l  ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ  ରକ୍ଷା କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତିଟି ରାସ୍ତା ଓ ସେତୁ ଉପରେ ଦୃଷ୍ଟି ରଖା  ଯାଇଥିଲା l  କଣ୍ଟ୍ରୋଲ ରୁମ୍ ରୁ ସମନ୍ଵୟ ମାଧ୍ୟମରେ ଯେ କୌଣସି ସ୍ଥାନରେ ବାତ୍ୟା ପ୍ରଭାବରୁ ରାସ୍ତା କ୍ଷତିଗ୍ରସ୍ତ ହୋଇ ଅବରୋଧ ସୃଷ୍ଟି ହେଲେ ତାର ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଉଥିଲା l  ସେଥିପାଇଁ ରେକର୍ଡ ସମୟ ମଧ୍ୟରେ ଚଉଦଟି ଜିଲ୍ଲାର ୨୯ ଗୋଟି ଗ୍ରାମ୍ୟ ଉନ୍ନୟନ  ଡିଭିଜନର ୪୯  ଗୋଟି  ରାସ୍ତାରେ ୫୧ଟି  ଗଛ ହଟାଯାଇ ରାସ୍ତା ଗୁଡିକୁ ପୁନଃ-ଯାତାୟାତକ୍ଷମ କରାଯାଇ ସାରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking