27.1 C
Bhubaneswar
Friday, September 25, 2026
Homeଖେଳ୧ ରନ୍ ମଧ୍ୟରେ ୮ ୱିକେଟ୍ ପତନ; ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ୬ ବ୍ୟାଟର୍ ଶୂନ୍ୟରେ ଆଉଟ୍‌

୧ ରନ୍ ମଧ୍ୟରେ ୮ ୱିକେଟ୍ ପତନ; ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ୬ ବ୍ୟାଟର୍ ଶୂନ୍ୟରେ ଆଉଟ୍‌

ପର୍ଥ: ଅଷ୍ଟ୍ରେଲିଆର ଘରୋଇ ୱାନ୍‌-ଡେ କପ୍ ଟୁର୍ଣ୍ଣାମେଣ୍ଟ୍‌ରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକ ବିରଳ ରେକର୍ଡ ନିଜ ନାମରେ କରିଛି। ଟିମ୍ ୧ ରନ୍ ସଂଗ୍ରହ କରିବା ମଧ୍ୟରେ ୮ ୱିକେଟ୍ ହରାଇଛି। ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଓ ଟାସ୍‌ମାନିଆ ମଧ୍ୟରେ ପର୍ଥର ବାକା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଟିମ୍ ଏକଦା ୨ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ମାତ୍ର ୫୩ ରନ୍‌ର ସ୍କୋର୍‌ରେ ପୂରା ଟିମ୍ ଆଉଟ୍ ହୋଇଯାଇଥିଲା। ଅନ୍ତିମ ୭ ବ୍ୟାଟର୍ ଖାତା ମଧ୍ୟ ଖୋଲିପାରି ନଥିଲେ।
ମ୍ୟାଚ୍‌ରେ ଟାସ୍‌ମାନିଆ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ହାର୍ଡି ଓ ଡାର୍ସି ଶର୍ଟ ଇନିଂସ୍ ଓପନ୍ କରିଥିଲେ। ୧୦ ରନ୍‌ର ସ୍କୋର୍‌ରେ ଆରୋନ୍ ହାର୍ଡି (୭)ଙ୍କ ରୂପେ ଟିମ୍‌ର ପ୍ରଥମ ୱିକେଟ୍ ପତନ ଘଟିଥିଲା। ଏହାପରେ କାମେରନ୍ ବେନ୍‌କ୍ରଫ୍ଟଙ୍କ ସହ ଶର୍ଟ ଇନିଂସ୍ ସମ୍ଭାଳି ୩୫ ରନ୍ ଯୋଡ଼ିଥିଲେ। ତେବେ ୨୨ ରନ୍‌ର ବ୍ୟକ୍ତିଗତ ସ୍କୋର୍‌ରେ ଶର୍ଟ ଆଉଟ୍ ହୋଇଥିଲେ। ଏହାପରେ ବେନ୍‌କ୍ରଫ୍‌ଟ ୧୪ ଓ ୱିକେଟ୍‌କିପର୍ ଜୋଶ୍ ଇଙ୍ଗ୍‌ଲିସ୍ ୧ ରନ୍‌ରେ ଆଉଟ୍ ହୋଇଥିଲେ। ସ୍କୋର୍‌ରେ ଆଉ ମାତ୍ର ୧ ରନ୍ ଯୋଗହେବା ପରେ ପୂରା ଟିମ୍ ୨୦.୧ ଓଭର୍‌ରେ ୫୩ ରନ୍ ମଧ୍ୟରେ ପ୍ୟାଭିଲିଅନ୍ ଫେରିଥିଲା। ଅନ୍ତିମ ୭ ବ୍ୟାଟର୍ ଖାତା ମଧ୍ୟ ଖୋଲିପାରି ନଥିଲେ। କ୍ୟାପ୍‌ଟେନ୍ ଆଷ୍ଟନ୍ ଅଗର ଏବଂ କୁପର୍ କୋନୋଲି ମଧ୍ୟ ସାମିଲ। ଟାସ୍‌ମାନିଆ ଟିମ୍‌ର ବ୍ୟୁ ୱେବ୍‌ଷ୍ଟର୍ ୬ ଓଭର୍‌ରେ ଦୁଇଟି ମେଡେନ୍ ସହ ୧୭ ରନ୍ ଦେଇ ୬ ୱିକେଟ୍ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ବିଲି ଷ୍ଟେନ୍‌ଲେକ୍ ୩ ଓ ଟମ୍ ରୋଜର୍ସଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
୫୪ ରନ୍‌ର ଲକ୍ଷ୍ୟକୁ ଟାସ୍‌ମାନିଆ ଟିମ୍ ୮.୩ ଓଭର୍‌ରେ ତିନି ୱିକେଟ୍ ହରାଇ ହାସଲ କରିନେଇଥିଲା। ଟିମ୍ ପକ୍ଷରୁ ମିଚେଲ୍ ଓଭେନ୍ ୨୯ ଓ ମାଥ୍ୟୁ ୱେଡ୍ ୨୧ ରନ୍ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking