27.2 C
Bhubaneswar
Thursday, April 16, 2026
Homeଓଡିଶାଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ଦୁଇ ଦିନ ତଳେ ତଣ୍ଡାମୁଣ୍ଡା ଗାଁ ଜଙ୍ଗଲରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ୪ ଜଣଙ୍କୁ ଏକ ଗୁପ୍ତ ସ୍ଥାନରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି ପୋଲିସ । ୪ ଜଣଙ୍କ ମଧ୍ୟରେ ଜଣେ ପଡୋଶୀ ଜିଲ୍ଲାର ମହିଳା ଥିବା ଜଣାପଡ଼ିଛି ।

ତେବେ ମୃତ ଯୁବକ ଏବଂ ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଉଭୟଙ୍କ ହତ୍ୟା ପଛରେ ସେକ୍ସ ରାକେଟ୍ କାରବାର ରହିଥିବା ସୂଚନା ମିଳିଛି। ଗୁରୁବାର ପୁଇଁନ୍ତଳା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ଜଙ୍ଗଲରୁ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟଙ୍କ ବେକ କଟା ଯାଇଥିଲା । ଘଟଣାସ୍ଥଳରେ ପୋଲିସଙ୍କ ସହ ନିଜେ ଏସଡିପିଓ ମଧ୍ୟ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking