25.1 C
Bhubaneswar
Friday, March 20, 2026
Homeଓଡିଶାଏହି ସବୁ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ୍‌, କଲେଜ୍ ବନ୍ଦ

ଏହି ସବୁ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ୍‌, କଲେଜ୍ ବନ୍ଦ

ଭୁବନେଶ୍ୱର : ବାତ୍ୟା ‘ଦାନା’ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି। ଆସନ୍ତାକାଲି କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ସମସ୍ତ ସ୍କୁଲ୍ କଲେଜ୍ ବନ୍ଦ। ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହି ୪ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଭଦ୍ରକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ , କେନ୍ଦୁଝର ଓ ମୟୁରଭଞ୍ଜରେ ସମସ୍ତ ସ୍କୁଲ୍ ଓ ବାଳେଶ୍ୱରରେ ସ୍କୁଲ୍ ବନ୍ଦ ରହିବ।

ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବାତ୍ୟାରୁ ଏହା ଗଭୀର ଅବପାତରେ ପରିଣତ ହୋଇଥିବାରୁ ଲଗାଣ ବର୍ଷା ଜାରି ରହିବ। ସମ୍ଭାବ୍ୟ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ବାତ୍ୟା ଦାନା ପରବର୍ତ୍ତୀ ରିଲିଫ ଓ ପୁର୍ନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସରକାରୀ କର୍ମଚାରୀମାନଙ୍କ ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking