25.1 C
Bhubaneswar
Friday, October 25, 2024
Homeଦେଶ ବିଦେଶସ୍କୁଲ ବସ ଉପରକୁ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼

ସ୍କୁଲ ବସ ଉପରକୁ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼

ଲକ୍ଷ୍ନୌ: ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଛନ୍ତି । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ବସ ଉପରେ ହୋଇଥିବା ଗୁଳିଚାଳନାରେ ପିଲାମାନେ ଭୟଭୀତ ହୋଇଛନ୍ତି । ପିଲାମାନଙ୍କ ଅବିଭାବକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ସୂଚନା ମୁତାବକ, ଅଭିଯୁକ୍ତମାନେ ବସ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଛନ୍ତି । ସେମାନେ ଡ୍ରାଇଭରକୁ ଟାର୍ଗେଟ କରିବାକୁ ଚାହୁଁଥିଲେ ବୋଲି କୁହାଯାଉଛି । ଏଥିସହ ସେମାନେ ଇଟା ଏବଂ ପଥର ମାଡ କରିଛନ୍ତି । ହେଲେ ସେମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିନାହାନ୍ତି ଏବଂ ଶିଶୁଙ୍କ ସହ ଡ୍ରାଇଭର ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ଅମରୋହାରେ ପିଲାମାନେ ସ୍କୁଲକୁ ଯାଉଥିବା ବେଳେ ଗୁଳିମାଡ ହୋଇଥିଲା । ଏହି ସମୟରେ ନଗଲା ଠାକୁରଦ୍ୱାରା ରୋଡରେ ବାଇକ ଆରୋହୀ ରାସ୍ତା ମଝିରେ ବସକୁ ଅଟକାଇ ଦେଇଥିଲେ । ଏହି ଦୁର୍ବୃତ୍ତମାନେ ନିଜ ମୁହଁକୁ କପଡାରେ ଗୁଡାଇ ଦେଇଥିଲେ । ଏହାପରେ ସେମାନେ ବସ ଉପରକୁ ଆକ୍ରମଣ କରିଥିଲେ । ଏହାପରେ ୧ କିମି ପର୍ଯ୍ୟନ୍ତ ବସକୁ ପିଛା କରିଥିଲେ ଏବଂ ୨ଥର ଗୁଳିଚାଳନା କରିଥିଲେ । ଏହି ବସରେ ୩୦ରୁ ୩୫ ଜଣ ଛାତ୍ରଛାତ୍ରୀ ଥିଲେ । ପଞ୍ଚକୁଲାର ମୋରନୀ ଟକ୍କର ପାଖରେ ଖାଇକୁ ଖସିଲା ସ୍କୁଲ ବସ୍‌। ଦ୍ରୁତଗତିରେ ଆସୁଥିବା ବସଟି ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣାରେ ୧୫ ଜଣ ପିଲା ଆହତ ହୋଇଥିବା ବେଳେ ବସରେ ପାଖାପାଖି ୪୫ ଜଣ ପିଲା ଥିଲେ । ପିଲାମାନେ ପଞ୍ଜାବ ମଲେରକୋଟଲାର ନନକାନା ସାହିବ ସ୍କୁଲର ପିଲା ଏବଂ ଷ୍ଟାଫ ପଞ୍ଚକୁଲା ମୋରନୀ ହିଲ୍ସ ବୁଲିବାକୁ ଯାଇଥିଲେ । ହଠାତ୍ ବସ୍‌ଟି ଗଭୀର ଖାଇକୁ ଖସିପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking